ଟିପିସିଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହ ପାଳନ : ଟାଟା ଆଚରଣବିଧି ପାଳନ କରିବାକୁ କର୍ମଚାରୀଙ୍କ ଶପଥ ପାଠ

 ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ନୁସେରୱାନଜୀ ଟାଟାଙ୍କ ଜୟନ୍ତୀ ଅବସରରେ ଫେବ୍ରୁଆରି ୨୪ ତାରିଖରୁ ନୈତିକତା ସପ୍ତାହ ୨୦୨୫ ପାଳନ ଆରମ୍ଭ ହୋଇଛି । ନୈତିକ ବ୍ୟବସାୟ ଅଭ୍ୟାସ, ସଚ୍ଚୋଟତା ଏବଂ ସ୍ୱଚ୍ଛତା ପ୍ରତି ଟିପିସିଓଡିଏଲର ଅତୁଟ ପ୍ରତିବଦ୍ଧତାକୁ ଏହି ଉତ୍ସବ ଦୋହରାଉଛି । ଏହି କାର୍ଯ୍ୟକ୍ରମକୁ ଟିପିସିଓଡିଏଲ୍ର ସିଇଓ ତଥା ପ୍ରମୁଖ ନୈତିକ ଅଧିକାରୀ ଅରଭିନ୍ଦ୍ ସିଂହ ଉଦ୍ଘାଟନ କରିଥିବା ବେଳେ କମ୍ପାନିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ନୈତିକ ନେତୃତ୍ୱ ଏବଂ ଟାଟା ଗ୍ରୁପର ମୂଳ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉପରେ ଏକ ସପ୍ତାହବ୍ୟାପୀ ଆଲୋଚନା ଆରମ୍ଭ ହୋଇଥିଲା । ସର୍ବୋଚ୍ଚ ସ୍ତରର ଗଭରନାନ୍ସ ଏବଂ ବିଶ୍ୱାସ ବଜାୟ ରଖିବା ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦୋହରାଇ ଟିପିସିଓଡିଏଲର ସମସ୍ତ ସର୍କଲ, ଡିଭିଜନ ଏବଂ ଆନୁଷଙ୍ଗିକ କାର୍ଯ୍ୟାଳୟରେ ନୈତିକତାର ଶପଥ ପାଠ କରାଯାଇଥିଲା ।
ନୈତିକତା ସପ୍ତାହ ୨୦୨୫ରେ ଟିପିସିଓଡିଏଲ୍ ନୈତିକ ନିଷ୍ପତି ନେବାକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ତରଦାୟିତ୍ୱ ଓ ନିରପେକ୍ଷତାର ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଆଲୋଚନା, ସଚେତନତା ଅଧିବେଶନ ଏବଂ କାର୍ଯ୍ୟକଳାପ ମାଧ୍ୟମରେ ଏହାର ଅଂଶୀଦାରମାନଙ୍କୁ ନିୟୋଜିତ କରିବ ।
ଟିପିସିଓଡିଏଲ୍ ନୂତନ ମାନଦଣ୍ଡ ସ୍ଥାପିତ କରୁଥିବା ବେଳେ ଏହା ନିଜର ନୈତିକ ମୂଲ୍ୟବୋଧ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି ଏବଂ ସମାଜ ଓ ରାଷ୍ଟ୍ର ପାଇଁ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ସହିତ ଦୀର୍ଘକାଳୀନ ସଫଳତା ସୁନିଶ୍ଚିତ କରୁଛି  ।