ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର 

ହିଞ୍ଜିଳିକାଟୁ/ଆସିକା : ଜାତୀୟ ରାଜପଥ ଆସିକା ଥାନା ପିତଳ ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ୍ ଚାଳକ ତଥା ସ୍ୱାମୀଙ୍କ ମୃତୁ୍ୟ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ଆସିକା ଥାନା ଚନ୍ଦନପେଢି ଗ୍ରାମର ରାମଚନ୍ଦ୍ର ଜେନା । ଆହତମାନେ ହେଲେ ରେବତୀ ଜେନା ଓ ଗୁଡୁଲି ଜେନା  ବୋଲି ଜଣାପଡିଛି । 
ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ଆସିକା ଥାନା ଚନ୍ଦନପେଢି ଗ୍ରାମର ରାମଚନ୍ଦ୍ର, ସ୍ତ୍ରୀ ଓ  ଝିଅଙ୍କୁ ନେଇ ବାଇକ୍ ଯୋଗେ ବ୍ରହ୍ମପୁର ଠାରୁ କାମ ସାରି ଗାଁ ଅଭିମୁଖେ ଯାଉଥିଲେ । ସେହି ସମୟରେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମହିନ୍ଦ୍ରା ପିକଅପ୍ ଭ୍ୟାନ୍ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ବାଇକ୍ ସହ ମୁହାଁମୁହିଁ ଧକ୍କା ଘଟିଥିଲା । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ହିଁ ମୃତୁ୍ୟ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଆହତ ହୋଇଥିଲେ । ସେହି ସମୟରେ ଏକ ଆମ୍ବୁଲାନ୍ସ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆହତ ମା ଓ ଝିଅଙ୍କୁ ଉଦ୍ଧାର କରି ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିବା ଜଣାପଡିଛି । ଖବର ପାଇ ହିଞ୍ଜିଳି ଓ ଆସିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୁରୁତର ଗୁଡୁଲିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।