ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ : ଜଳ କଷ୍ଟ ଦୂର କରିବା ଉପରେ ଗୁରୁତ୍ୱ
ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳ ଅଂଶୁଘାତ ଜନିତ ମୃତୁ୍ୟକୁ ରୋକାଯାଇ ଜÿିରୋ କାଜୁଆଲିଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିନେଇ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଯଥା ସଚେତନତା ବାର୍ତ୍ତା, ଫ୍ଲେକ୍ସ, ବ୍ୟାନର, ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରର ପ୍ରଚାର ପ୍ରସାର କରିବା ସହିତ ଏହାକୁ ପଞ୍ଚାୟତ, ବ୍ଲକ ତଥା ଜିଲ୍ଲାସ୍ତରରେ ବହୁଳ ମାତ୍ରର କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏଥିସହିତ ଗ୍ରୀଷ୍ମ ପ୍ରବାହରେ କୌଣସି ଖରାବ ସ୍ଥିତି ସହ ମୁକାବିଲା ପାଇଁ ପ୍ରାଥମିକ, ଗୋଷ୍ଠୀ ତଥା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ବହୁଳ ମାତ୍ରର ଔଷଧ, ସାଲାଇନ, ଓଆରଏସ ପାଉଡର ସହ ଅଂଶୁଘାତ ରୋଗୀମାନଙ୍କ ପାଇଁ ଏସି କକ୍ଷ ଓ ପର୍ଯ୍ୟାପ୍ତ ସଂଖ୍ୟାର ଡାକ୍ତରଙ୍କୁ ଉପସ୍ଥିତ ରହିବାକୁ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହିତ ଯେଉଁ ସ୍ଥାନମାନଙ୍କରେ ନଳକୂପ କାର୍ଯ୍ୟ କରୁନାହିଁ ସେଠାରେ ଗ୍ରୀଷ୍ମ ଋତୁ ଆସିବ ପୂର୍ବରୁ ଏହାର ମରାମତି କରିବା ସହ ଆଉ ଯଦି ଅଧିକ ସଂଖ୍ୟକ ନଳକୂପର ଆବଶ୍ୟକତା ଥାଏ ତେବେ ଏହି ଦିଗରେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଯେଉଁଠି ଜଳଛତ୍ରର ଆବଶ୍ୟକତା ରହିଛି ସେଠି ଜଳଛତ୍ର ଖୋଲିବା ସହ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଅଙ୍ଗନବାଡି କେନ୍ଦ୍ରଗୁଡିକରେ ମଧ୍ୟ ଯେଉଁଠାରେ ନଳକୂପ ଗୁଡିକ କାର୍ଯ୍ୟକ୍ଷମ ନାହିଁ ତାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି ।
ମନୁଷ୍ୟର ଜୀବନ ମୂଲ୍ୟବାନ ସେଭଳି ପଶୁ ଓ ପକ୍ଷୀର ଜୀବନ ମଧ୍ୟ ମୂଲ୍ୟବାନ । ଗ୍ରୀଷ୍ମ ପ୍ରବାହରେ ସେମାନେ ବି ପ୍ରଭାବିତ ହେଇଥାନ୍ତି । ତେଣୁ ସେମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଯେଉଁଠାରେ ଅଧିକରୁ ଅଧିକ ପଶୁପକ୍ଷୀ ଏକତ୍ରିତ ହେଉଛନ୍ତି ସେଠାରେ ସେମାନଙ୍କ ପାନୀୟଜଳର ବ୍ୟବସ୍ଥା କରିବା ସହିତ ଏହି ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବାକୁ ଉପଯୁକ୍ତ ପଦକ୍ଷେପମାନ ନେବା ପାଇଁ ବିଭଗୀୟ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକସôା ଅଧିକାରୀଙ୍କୁ ଜିଲ୍ଲାପାଳ ଧ୍ୟାନ ଦେବାକୁ କହିଛନ୍ତି । ମୁକାବିଲା ପାଇଁ ଜିଲ୍ଲାସ୍ତରରେ ଏପ୍ରିଲ ୧ରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ହେବା ସହ ଟୋଲ ଫ୍ରି ନମ୍ବର ୧୦୭୭ ଓ ୦୬୭୬୨- ୨୨୧୩୭୬ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ପାଢ଼ୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠି, ସଦର ଉପ ଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରିଆ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।