ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରାରେ ସ୍ୱଚ୍ଛ ଶକ୍ତି ଅଭିଯାନ
ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବଡ଼ଦାଣ୍ଡ ପାଖରେ ଏକ ଷ୍ଟଲ୍ ସ୍ଥାପନ କରାଯାଇଥିଲା । ପ୍ରତିଦିନ ଏହି ଷ୍ଟଲ୍ ଶହ ଶହ ଭକ୍ତ ଓ ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରିବା ସହ ସେମାନଙ୍କୁ ରୁଫ୍ଟପ୍ ସୋଲାର ସ୍ଥାପନ, ସରକାରୀ ସବ୍ସିଡି, ଆର୍ଥିକ ଲାଭ ଓ ଯୋଗ୍ୟତାର ମାନଦଣ୍ଡ ସମ୍ପର୍କରେ ସଚେତନ କରିଛି । ତାଲିମପ୍ରାପ୍ତ ପେସାଦାରଙ୍କ ଦ୍ୱାରା ପରିଚାଳିତ ଏହି ଷ୍ଟଲ୍ରେ ବ୍ରୋସର, ଲିଫ୍ଲେଟ୍, ଏଲ୍ଇଡି ସ୍କ୍ରିନ୍ରେ ଟେଷ୍ଟିମୋନିଆଲ୍ସ ଓ ଖର୍ଚ୍ଚ-ଲାଭର ଭିଜୁଆଲ୍ ପ୍ରଦର୍ଶିତ ହେଉଛି । ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଆସୁଥିବା ବେଳେ ଏହି ଅଭିଯାନ ସ୍ୱଚ୍ଛ ଶକ୍ତିର ପ୍ରସାର ପାଇଁ ଶକ୍ତିଶାଳୀ ପ୍ଲାଟଫର୍ମ ପ୍ରଦାନ କରୁଛି । ସମଗ୍ର ଓଡ଼ିଶାରେ ନାଗରିକମାନଙ୍କୁ ସଶକ୍ତ କରିବା ଏବଂ ସ୍ଥାୟୀ ସୌର ଶକ୍ତି ସମାଧାନକୁ ଆଗକୁ ବଢ଼ାଇବା ପାଇଁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ।