ଆରଆଇ, ଏଆରଆଇ,ଅମିନ,ଆଇସିଡିଏସ୍ ପରୀକ୍ଷା ବାତିଲ୍

ଆରଆଇ, ଏଆରଆଇ,ଅମିନ,ଆଇସିଡିଏସ୍ ପରୀକ୍ଷା ବାତିଲ୍ । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ  ଏଜି ପୀତାମ୍ବର ଆଚାର୍ଯ୍ୟ । ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ୍ ହୋଇଛି । ୧୪ଦିନ ଭିତରେ ସାନି ପରୀକ୍ଷା ହେବ ବୋଳଇ ବିଜ୍ଞପ୍ତି ପ୍ରକାଶ କରିବେ କମିଶନ୍ । ଏଥିପାଇଁ ଆଉ ଥରେ ଆବେଦନ କରିବାକୁ ପଡିବ ନାହିଁ  ଓ ସମସ୍ତଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ । ପ୍ରିଲିମରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍ କରାଯାଇଥିଲା । ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ ବୋଲି ପିଟିସନ୍ ହୋଇଥିଲା । ଭ୍ୟାକେନ୍ସି ପୋଷ୍ଟର ୫ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା । ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା । ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ୍ ହେଲା ।