ଜଳ ସମସ୍ୟାକୁ ନେଇ ବିଧାୟକଙ୍କୁ ଘେରିଲେ ମହିଳା
ଆନନ୍ଦପୁର : ଜଳ ସମସ୍ୟା କୁ ନେଇ ଶତାଧିକ ମହିଳା ବିଧାୟକଙ୍କୁ ଘେରିବା ସହିତ ଏହାର ସମାଧାନ ନହେଲେ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ସଫା ସଫା ଶୁଣାଇ ଦେଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଶଦୁରାପାଳ ପଞ୍ଚାୟତ କୁରାଳ ସାହିରେ । ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ବିଧାୟକ ବଦ୍ରୀନାରାୟଣ ପାତ୍ର ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଫେରିବା ସମୟରେ ସାହିର ମହିଳାଏକତ୍ରିତ ହୋଇ କେଶଦୁରାପାଳରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ ମହିଳା ମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରିକି ପାଣି ନାହିଁତ ଭୋଟ ନାହିଁବୋଲି ବିଧାୟକଙ୍କୁ ଶୁଣାଇଥିଲେ । ତେବେ ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀପାତ୍ର ମହିଳା ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ତେବେ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡ଼ିଆ ଏକ୍ସରେ ଘଟଣାର ନିନ୍ଦା କରିଛନ୍ତି ।