ବ୍ୟାଟେରୀ ଚୋରି, ୨ ଗିରଫ
ପାଣିକୋଇଲି : ବ୍ୟାଟେରୀ ଚୋରି ଅଭିଯୋଗରେ ଏଠାକା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପାଣିକୋଇଲି ଥାନା କରଦା ପଂଚାୟତ ବର୍ତମଣା ଗ୍ରାମର ସୁଦର୍ଶନ ମଳିକ (୨୬) ଓ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ପୌରାଂଚଳ ଝାଟିଆସାହି ଗ୍ରାମର ବିଶ୍ୱଜିତ ଜେନା (୨୫)ହୋଇଥିବା ବେଳେ ଉଭୟ ୨୦ନଂ ଜାତୀୟ ରାଜପଥ କଡରେ ଚାନ୍ଦପୁର ଛକ ନିକଟ ପ୍ରପୁଲ୍ଲ ସାମଲଙ୍କ ଘର ସମ୍ମୁଖରେ ଥିବା ତାଙ୍କ ଟ୍ରକରୁ ବ୍ୟାଟେରୀ ଚୋରି କରୁଥିବା ଅବସ୍ଥାରେ ଧରାପଡିଥିଲେ । ସ୍ଥାନୀୟ ଲୋକ ପ୍ରଫୁଲ୍ଲଙ୍କ ସହ ମିଶି ତାଙ୍କୁ ପୁଲିସ ଜିମା ଦେଇଥିଲେ