ଶନି ଜୟନ୍ତୀ ପାଳିତ

ସମ୍ବଲପୁର : ଖଲିଆପାଲି ଛକ ଶନି ମନ୍ଦିରରେ ପ୍ରଭୁ ଶନି ମହାରାଜଙ୍କ ଜୟନ୍ତୀ ଧୁମ୍ ଧାମରେ ପାଳିତ ହୋଇଯାଇଛି  । ଏହି ଜୟନ୍ତୀ ମନ୍ଦିର ପ୍ରତିଷ୍ଠା ପରଠାରୁ ପ୍ରତ୍ୟେକ ବର୍ଷ ଜ୍ୟୋଷ୍ଠ ମାସ ଅମାବାସ୍ୟାରେ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯାଇଥାଏ  । ଏହି ଅବସରରେ ପଣ୍ଡିତ ଅଭୟ ନାୟକଙ୍କ ପୌରହିତ୍ୟରେ ଷୋଡ଼ଶ ଉପଚାର ପୂଜା ସହିତ ହୋମ ଯଜ୍ଞ ଓ ଆରତୀ ଅନୁଷ୍ଠିତ ହୋଇଥିଲା  । ଏଥିରେ ପଣ୍ଡିତ ବିଶ୍ୱ ରଞ୍ଜନ ବଡ଼ପଣ୍ଡା ଓ ଧର୍ମପତ୍ନୀ କଲ୍ୟାଣୀ ବଡ଼ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ  । ଏହି ଅବସରରେ ପଡ଼ିଆବାହାଲ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ରହି ଆଶୀର୍ବାଦ ଗ୍ରହଣ କରିବା ସହ ଆରତୀ ପରେ ଅନ୍ନପ୍ରସାଦ ମଧ୍ୟ ଗ୍ରହଣ କରିଥିଲେ  । ଏଥିରେ ଶନି ମନ୍ଦିର କମିଟିର ସଭାପତି ବିଶ୍ୱ ରଞ୍ଜନ ବଡ଼ପଣ୍ଡା, ସମ୍ପାଦକ ପ୍ରବୀଣ ସୁପକାର, କୋଷାଧ୍ୟକ୍ଷ ଶେଷଦେବ ପଣ୍ଡା, ବରୁଣ ସାହୁ, ସଚ୍ଚିଦାନନ୍ଦ ନାୟକ, ପ୍ରକାଶ ସୁପକାର, ମୃତୁ୍ୟଞ୍ଜୟ ପାଣିଗ୍ରାହୀଙ୍କ ସମେତ ଶତାଧିକ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ  ।