ଅଭିଯୁକ୍ତକୁ ଗିରଫ ଦାବିରେ ପ୍ରେସ କ୍ଲବ୍ର ଦାବିପତ୍ର
ନିଆଳି : ଅଭିଯୁକ୍ତ ଗିରଫ ଦାବିରେ ନିଆଳି ପ୍ରେସ କ୍ଲବ ପକ୍ଷରୁ ନିଆଳି ଥାନା ଆଗରେ ଧାରଣାକୁ ଉପଖଣ୍ଡ ଅଧିକାରୀ କିରଣ ହେମ୍ରମ ବୁଝାସୁଝା ପରେ ସ୍ଥଗିତ ରହିଛି । ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବଜାର କୋର୍ଟ ଛକ ନିକଟରେ ଗତ ୧୮ ତାରିଖ ରାତିରେ ଅଭିଯୁକ୍ତ ଶଶିକାନ୍ତ ଲେଙ୍କା ଓରଫ ଆଲୋକ ଗଣ୍ତଗୋଳ ଭିଆଇଥିଲେ । ରାତି ଅଧରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକ ମାନଙ୍କୁ ଧରି ନିଆଳି ମହୋସôବ ଆୟୋଜକ, ସାମ୍ବାଦିକ, ସାଧାରଣ ଜନତା, ଦଳିତ ସମ୍ପ୍ରଦାୟର ବ୍ୟକ୍ତି ଏବଂ ପୁଲିସ ଅଧିକାରୀଙ୍କୁ ଅସଭ୍ୟ ଭାଷାର ଗାଳିଗୁଲଜ ଓ ଆକ୍ରମଣ କରିଥିଲେ । ଯାହା ଭିଡିଓ ବିଭିନ୍ନ ମୋବାଇଲରେ ଘୁରି ବୁଲୁଛି । ଏହି ଭିଡିଓ ଦେଖିବା ପରେ ଘଟଣାକୁ ନିଆଳିର ପ୍ରତ୍ଯେକ ବ୍ୟକ୍ତି ଦୃଢ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗଣ୍ତଗୋଳ ଘଟଣାରେ ଆଲୋକ ନାଁରେ ଆଠଟି ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୁଲିସ ଗିରଫ କରୁନଥିବା କାରଣରୁ ନିଆଳିରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତକାଲି ଶୁକ୍ରବାର ଦିନ ନିଆଳି ପ୍ରେସ କ୍ଲବ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଧାରଣା ଦେବା ପାଇଁ ପ୍ରସ୍ତୁତି ହେଉଥିବା ସମୟରେ ସଦର କଟକ ଉପଖଣ୍ଡ ଅଧିକାରୀ କିରଣ ହେମ୍ରମ ଧାରଣାରତଙ୍କ ସହ ଆଲୋଚନା କରିଥିଲେ । ଘଟଣାର ତଦନ୍ତ ଜାରି ରହିଛି ଆପଣ ମାନଙ୍କ ଦାବିକୁ ଜିଲ୍ଲା ପ୍ରଶାସନ ସ୍ତରରେ ଆଲୋଚନ ହେବ । ଆବଶ୍ୟକିୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ପରେ ଧାରଣା ସ୍ଥଗିତ ରହିଥିଲା । ନିଆଳି ପ୍ରେସ କ୍ଲବ ପକ୍ଷରୁ ଏକ ଦାବି ସଦର କଟକ ଉପଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏବଂ ପରେ ପ୍ରେସ କ୍ଲବ ପକ୍ଷରୁ କଟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତିକ ସିଂଙ୍କୁ ଭେଟି ଆଉ ଏକ ଦାବି ପ୍ରଦାନ ସହିତ ଅଭିଯୁକ୍ତ ଆଲୋକଙ୍କୁ ଗିରଫ ଦାବି କରିଛନ୍ତି । ରାଜ୍ୟ ବିଜେପି ନେତୃତ୍ୱ ବରିଷ୍ଠ ନେତାଙ୍କୁ ପ୍ରେସ କ୍ଲବ ଭେଟି ଅଭିଯୁକ୍ତର ସମସ୍ତ ପ୍ରମାଣ ଦେବା ସହିତ ଏଭଳି ଆମଦାନୀ ନେତା ଯଦି ବିଜେପି ଦଳରେ ରୁହନ୍ତି ତେବେ ଦଳ ଆଗାମୀ ଦିନରେ ମାଟି କୁମୁଡିବ ବୋଲି ସୂଚାଇ ଦେଇଛନ୍ତି । ସେହିପରି ଅଭିଯୁକ୍ତ ନାଁରେ ପୂର୍ବରୁ ସାତ ମାମଲା ଥିବା ବେଳେ ଗତ ୧୮ ତାରିଖ ଦିନ ଆଠଟି ମାମଲା ରୁଜୁ ହୋଇଥିବା ନେଇ ସୂଚନା ମିଳିଛି । ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ଆଡୁ ଦାବି ହୋଇଛି ।