ଟ୍ରକ୍ ଦୁର୍ଘଟଣାରେ ଦମ୍ପତି ଗୁରୁତର
ସୁକିନ୍ଦା : ଗୁରୁବାର ରାତିରେ ଟମକା-ମଙ୍ଗଳପୁର ରାସ୍ତାର ଦାମୋଦରପୁର ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଦମ୍ପତି ଗୁରୁତର ହୋଇ ଚିକିସôା ନିମନ୍ତେ କଟକ ବଡ଼ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ସୂଚନା ମୁତାବକ ଗତକାଲି ରାତିରେ ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମର ଗୌରାଙ୍ଗ ମହାନ୍ତ ଓ ତାଙ୍କ ପନôୀ ଭବାନୀ ବାଇକରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ସମୟରେ ଦାମୋଦରପୁର ଛକ ନିକଟରେ ଏକ ଟ୍ରକ ଦୁର୍ଘଟଣାର ଶୀକାର ହୋଇଥିଲେ । ଦୁର୍ଘଟଣାରେ ଗୌରାଙ୍ଗଙ୍କ ହାତ ଭାଙ୍ଗିଯାଇଥିବା ବେଳେ ଭବାନୀଙ୍କ ମୁହଁ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଦମ୍ପତିଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା ।