ନଦୀ ବନ୍ଧରୁ ଖସିଲା ଅତଡା : ମନୁଷ୍ୟକୃତ ନୁହେଁ ତ?

 ସିଂହପୁର/ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକର ସିଂହପୁର ଜଳସେଚନ ସେକସନର ଜରି ଗାଇଡ଼ ବନ୍ଧର ସେଠି ସାହି ଠାରେ ଆଜି ପ୍ରାୟ ୨୦ଫୁଟର ଏକ ବଡ଼ ଅତଡା ଖସିଥିବା ଦେଖିବାକୁ ମିଳିଛି । ଅତଡା ଖସିବା ଯୋଗୁ ବନ୍ଧର ପାର୍ଶ୍ୱବର୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟ୍ୟରେ ଭୟରେ ବାତାବରଣ ସୃଷ୍ଟି ହୋଇଥିବା ବେଳେ ବନ୍ଧ ସୁରକ୍ଷା ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଖରସ୍ରୋତା ନଦୀ ଏହି ସ୍ଥାନରେ ନବେ ଡିଗ୍ରୀର ବକ୍ର ହୋଇଥିବାରୁ ଯଦି ଏଠାରେ ଘାଇ ହୁଏ, ତେବେ ଜରି, ଛନ୍ଦାମୁଣ୍ଡ, ବାଙ୍ଗରା ସମେତ ୧୦ବାର ଖଣ୍ଡ ଗାଁ ଗଣ୍ଡା ସମ୍ପୂର୍ଣ୍ଣ ନଷ୍ଟ ହେବ ଓ ହଜାର ହଜାର ଏକର ଚାଷ ଜମି ସମ୍ପୂର୍ଣ ବିଲୀନ ହୋଇଯିବ । ଖରସ୍ରୋତା ନଦୀର ଉଭୟ ପାର୍ଶ୍ୱ ବନ୍ଧ ସୁଦୃଢ ଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରୁଥିବା ବେଳେ କେବଳ ଜରି ଠାରେ କେତେକ ସ୍ଥାନରେ ନଦୀବନ୍ଧ ଦୃର୍ବଳ ରହିଥିବା ଦେଖାଯାଉଛି  । କେବଳ ସେଠି ସାହି ନୁହେଁ, ଜରି ଅଢେଇ ସାହି, ଜରି ଦାଶ ସାହି, ଜରି ମଲ୍ଲିକ ସାହି ଓ ଜରି କୁଳ ସାହି ନିକଟରେ ବନ୍ଧର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଥିବା କୁହାଯାଉଛି । ବନ୍ୟା ଜଳ ନଦୀରେ ପ୍ରବାହିତ ହେଉଥିଲେ ମଧ୍ୟ ଏବେ ଜାଲସ୍ତର ବେଶ ନିମ୍ନରେ ପ୍ରବାହିତ ହେଉଛି । ବନ୍ୟାଜଳ ଖସିବା ପରେ ଏଭଳି ଅତଡା ଖସିବା ଘଟଣାକୁ ନେଇ ଦ୍ୱିମତ ପ୍ରକାଶ ପାଉଛି । ବନ୍ୟା ପରେ ନଦୀ ବନ୍ଧ ମରାମତି ଆଳରେ ଠିକାଦାର ମାନେ ଅର୍ଥଚଳୁ କରିବା ପାଇଁ ଏଭଳି ଅତଡା ଧସିବା କାମ କରିନାହଁନ୍ତି ଏବଂ ଏହା ମନୁଷ୍ୟକୃତ ଅତଡା ନୁହେଁତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସେ ଯାହା ହେଉନା କାହିଁକି ଦୃର୍ବଳ ନଦୀବନ୍ଦ ତୁରନ୍ତ ମରାମତି ସହିତ ଅତଡା ଖସିବାର କାରଣ ବିଭାଗ ସ୍ପଷ୍ଟ କରିବାକୁ ସାଧାରଣରେ ଦାବି ହୋଇଛି ।