ମନରେଗା ଦୁର୍ନୀତି ପ୍ରସଙ୍ଗ.... ତଦନ୍ତ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ; ଲୋକାୟୁକ୍ତକୁ ଯିବେ ଗ୍ରାମବାସୀ
ବ୍ରହ୍ମବରଦା : ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ କାକୁଡିକୁଦ/ନିଳକଣ୍ଠପୁର ଗ୍ରାମରେ ଗୋଟିଏ ରାସ୍ତାକୁ ୨ଥର ବିଲ, ବୃକ୍ଷ ନଲଗାଇ ଓ ରାସ୍ତା ନ କରି ଲକ୍ଷ ଲକ୍ଷ ଟଙ୍କା ହଡପ ଘଟଣାର ତଦନ୍ତକୁ ଦୀର୍ଘ ଦିନ ବିତିଲାଣି । କିନ୍ତୁ ଆଜି ଯାଏଁ ଦୁର୍ନୀତିରେ ସଂପୃକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆ ନ ଗଲେ ଗ୍ରାମାବାସୀ ବାଧ୍ୟ ହୋଇ ଲୋକାୟୁକ୍ତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଅନୁଯାୟୀ କାକୁଡିକୁଦ ଗ୍ରାମ ଦ୍ୱିଜ ମହାରଣା ଘର ଠାରୁ ନଦୀବନ୍ଧ ପର୍ଯ୍ୟନ୍ତ ମଟି ରାସ୍ତା ନିର୍ମାଣ କରିବା ପାଇଁ ୨୫ଫେବୃୟାରୀ ୨୦୨୫ରେ ମଂଜୁର ନମ୍ବର ୨୪୨୦୦୦୭/୨୦୨୪-୨୦୨୫/୨୪୦୫୭/ଏଏସରେ ୫ଲକ୍ଷ ଟଙ୍କା ବ୍ୟୟବରାଦରେ ମାଟି ରାସ୍ତା ନିର୍ମାଣ ପାଇଁ ଯୋଜନା ଆସିଥିଲା । ହେଲେ ଠିକାଦାର ବୋଝେ ବି ମାଟି ନ ପକାଇ ଜାଲିଆତି କରି ୪୮ଦିନରେ ୩୩୬ ଜଣ ଶ୍ରମିକଙ୍କ ମଜୁରି ବାବଦରେ ୯୧ହଜାର ୭ଶହ ୨୮ଟଙ୍କା ଉଠାଇ ନେଇଥିଲେ । ତେବେ ଉକ୍ତ ସ୍ଥାନଟି ଦୁର୍ଯେ୍ୟାଧନ ମହାରଣାଙ୍କ ବ୍ୟକ୍ତିଗତ ମାଲିକାନାରେ ଥିବା ବେଳେ ଏହାକୁ କାକୁଡିକୁଦ ରାଜସ୍ୱ ନିରୀକ୍ଷକ ଜମି ଚିହ୍ନଟ କଲେ ଏବଂ ସରପଞ୍ଚ ମଞ୍ଜୁର କଲେ କିପରି? ପିଇଓ, ଏଡିଇଓ ଓ ବିଭାଗୀୟ ଜେଇ ଏହି କାମ ହୋଇଛି କି ନାହିଁ ତାହାର ବିନ୍ଦୁ ବିସର୍ଗ ଜାଣି ପାରିଲେ ନାହିଁ କିପରି? ସେହିପରି ୨୦୨୪ଜୁଲାଇ ମାସରେ କାକୁଡିକୁଦ ବାଲିଘାଟ ଠାରୁ ନଦୀବନ୍ଧ ପର୍ଯ୍ୟନ୍ତ ବୃକ୍ଷରୋପଣ ବାବଦରେ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଜାହାର ମଞ୍ଜୁର ନଂ୨୪୨୦୦୭/୨୦୨୪-୨୫/୩୨୮୮୯/ଏଏସ୍ । ଏଠାରେ ଠିକାଦାର ବାଲିରେ ଗଛ କେତୋଟି ଲଗାଇ ଚତୁରତାର ସହ ଲକ୍ଷାଧିକ ଟଙ୍କା ହାତେଇ ନେଇଥିଲେ । ବିଭାଗୀୟ ଅଧିକାରୀଙ୍କୁ ହାତକରି ୮୧ଜଣ ଶ୍ରମିକ ୫୧୪ ଦିନର ଶ୍ରମିକ ପାଉଣା ବାବଦରେ ୧ ଲକ୍ଷ ୩୦ ହଜାର ୫୫୬ ଟଙ୍କା ଉଠାଇ ନେଇଥିଲେ । ସେହିପରି ଚଳିତ ବର୍ଷ ଫେବ୍ରୁଆରୀ ୨୫ ତାରିଖରେ କାକୁଡିକୁଦ ବାଲିଘାଟ ଠାରୁ ନଦୀବନ୍ଧ ପର୍ଯ୍ୟନ୍ତ ମାଟି ମହରମ ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଜାହାର ମଞ୍ଜୁର ନଂ ୨୪୨୦୦୦୭/୨୦୨୪-୨୫/୨୪୬୪୪ ଏଏସ୍ଥିଲା । କିନ୍ତୁ ଠିକାଦାର ମେସିନରେ ବାଲି ପକାଇ କାର୍ଯ୍ୟ ଶେଷ କରିଥିବା ବେଳେ ଏ ନେଇ ୧୨୨ ଜଣ ଶ୍ରମିକ ୮୧୨ ଦିନ ଶ୍ରମିକ ପାଉଣା ବାବଦରେ ୨ଲକ୍ଷ ୨୧ ହଜାର ୬୭୬ ଟଙ୍କା ବିଲ କରି ନେଇଥିବା ବେଳେ ପୁଣି ସେହି କାମକୁ ଚଳିତ ବର୍ଷ ମେ ମାସ ୫ତାରିଖରେ ମଞ୍ଜୁର ନଂ