ଟ୍ରମା କେୟାର କାର୍ଯ୍ୟକ୍ଷମ ନେଇ ଚିଠି ଲେଖିଲେ ଆକାଶ

 ଯାଜପୁର : ଆଶା କରାଯାଉଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯାଜପୁର ଗସ୍ତ ସମୟରେ ପାଣିକୋଇଲି ଠାରେ ନିର୍ମିତ ଟ୍ରମା କେୟାର ଉଦ୍ଘାଟିତ ହେବ । କିନ୍ତୁ ତାହା ହୋଇନଥିଲା । ଟ୍ରମା କେୟାର କାର୍ଯ୍ୟକ୍ଷମ କ୍ଷେତ୍ରରେ ଯେତେ ବିଳମ୍ବ ଘଟୁଛି, ସାଧାରଣରେ ତାହାକୁ ନେଇ ସନେ୍ଦହ ବଢୁଛି । ସମସ୍ତଙ୍କ ମନରେ ଥିବା ପ୍ରଶ୍ନ କେବେ ଉଦ୍ଘାଟିତ ହେବ ଟ୍ରମା କେୟାର କାର୍ଯ୍ୟକ୍ଷମ ପାଇଁ କୋରେଇ ବିଧାୟକ ଆକାଶ ଦାସନାୟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବିଧାୟକ ଆକାଶ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି କି ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ୧୬ନଂ ଜାତୀୟ ରାଜପଥ କଡ଼େ ଦୀର୍ଘ ଦିନ ହେବ ଦୁର୍ଘଟଣା ଜନିତ ଆଶୁ ଚିକିସôା କେନ୍ଦ୍ର ବା ଟ୍ରମା କେୟାର ନିର୍ମାଣ ସରିଛି । କିନ୍ତୁ ଏହା ସର୍ବସାଧାରଣଙ୍କ ବ୍ୟବହାର ଉଦେ୍ଦଶ୍ୟରେ କାର୍ଯ୍ୟମ ହେଉନି । ଟ୍ରମା କେୟାରଟି ୨ଶହ ଶଯ୍ୟା ବିଶିଷ୍ଠ ହୋଇଥିବା ବେଳେ ଆବଶ୍ୟକ ଅନୁଯାୟୀ ଡ଼ାକ୍ତର, ନର୍ସ, ଆନ୍ୟାନ୍ୟ କର୍ମଚାରୀ ଉପଲବ୍ଧ ନାହାନ୍ତି । ଯାହାକୁ ପୂରଣ କରାଯାଇ କାର୍ଯ୍ୟକ୍ଷମ କରାଗଲେ ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଜିଲାର ଜନସଧାରଣ ଦୁର୍ଘଟଣା ଜନିତ ଆଶୁ ଚିକିସôା ପାଇପାରିବେ । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେରଖି ଟ୍ରମା କେୟାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ଆକାଶ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ ରୁପକ ଚିଠି ଲେଖିଛନ୍ତି । ସୂଚନା ଥାଉକି ୨୦୧୮ ମସିହାରେ ୮୨କୋଟି, ୯୦ଲକ୍ଷ ଟଙ୍କା ବ୍ୟୟରେ ଟ୍ରମା କେୟାର କରାଯିବାର ନିଷ୍ପତି ନିଆଯାଇଥିଲା । ତଦନୁଯାୟୀ ଜମି ଅଧିଗ୍ରହଣ ସହିତ ଗୃହ ଓ ଭିତିଭୂମି ନିର୍ମାଣ ଶେଷ ହେଲା ସତ କିନ୍ତୁ କାର୍ଯ୍ୟକ୍ଷମ ହୋଇପାରିଲାନି । ରାଜ୍ୟରେ ସରକାର ବଦଳିବା ପରେ କେବଳ ଟ୍ରମା କେୟାର ରଙ୍ଗ ବଦଳିଯାଇଛି । ଦେଖିବାର ଅଛି କେବେ ଟ୍ରମା କେୟାର ଲୋକଙ୍କ ସେବାରେ ଲାଗୁଛି ।