ଓଡ଼ିଆ ବିଭାଗ ଶେଷବର୍ଷ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା


 ବ୍ୟାସନଗର: ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ଶେଷ ବର୍ଷର ଛାତ୍ରୀଙ୍କ ନିମନ୍ତେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁମିତ୍ରା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥିଭାବେ ବରିଷ୍ଠ ଅଧ୍ୟାପିକା ରୋଜାଲିନା ମହାନ୍ତି, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ, ଅରୁଣ କୁମାର ମିଶ୍ର, ମଳୟ କୁମାର ମଲ୍ଲିକ ଓ ଅଧ୍ୟାପିକା ଝୁନୁମଣୀ ଜେନା ପ୍ରମୁଖ ଯୋଗଦେଇ ବିଦାୟୀ ପିଲାମାନଙ୍କ ଉତରୋତର ଉନ୍ନତି କାମନପୂର୍ବକ ଆଶୀର୍ବଚନ ପ୍ରଦାନ କରିଥିଲେ । ବିଦାୟୀ ସଙ୍ଗୀତ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ମନସ୍ମିତା ରାଉତ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି ଗାନ କରିଥିଲେ । ଏହି ଅବସରରେ ଯୁକ୍ତ ତିନି ଶେଷବର୍ଷ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କଲେଜର ଶ୍ରେଷ୍ଠ ମେଧାବିନୀ ଛାତ୍ରୀ ମମତାରାଣୀ ଜେନାଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥୁଲା । ତୃତୀୟ ବର୍ଷର ଛାତ୍ରୀ ଲୋଭନା ପ୍ରିୟଦର୍ଶିନୀ ସିଂହ,ଦେବସ୍ମିତା ବେହେରା, ଗାୟତ୍ରୀ ସାହୁ, ଲକ୍ଷ୍ମୀପ୍ରିୟା ପାଢୀ, ପ୍ରିୟପ୍ରିୟଦର୍ଶିନୀ ସାମଲ, ଦେବସ୍ମିତା ଭଞ୍ଜ, ପ୍ରଣତି ବେହେରା, ସୁପ୍ରଭା ସାହୁ, ସରସ୍ୱତୀ ସୋରେନ, ମନ୍ଦାକିନୀ ହାଁସଦା, ପୂଜାରାଣୀ ସାହୁ, ସୁମିତ୍ରା ସାମଲ, ସୁପ୍ରିୟା ମହାନ୍ତି, ସୋନମପ୍ରଭା ଭୂୟାଁ, ପଦ୍ମାବତୀ ସ୍ୱାଇଁ, ପ୍ରିୟଙ୍କା ଜେନା, ଯମୁନା ଗାଗରାଇ ପ୍ରମୁଖ ବିଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଭାନୁମତି ମଲିକ, ଗୀତାଞ୍ଜଳି ପତ୍ରୀ, ଦୀପାରାଣୀ ଜେନା, ମମତାରାଣୀ ମାଝୀ,ପ୍ରଜ୍ଞାପାରମିତା ପତି, ପ୍ରିୟଙ୍କା ପଣ୍ଡା, ସିଲି ସେଠୀ, ସ୍ମୃତିରେଖା ସାହୁ, ତୁଲସୀ ସାମଲ, ସ୍ମୃତିସାରିକା ଜେନା,ମୋନାଲିସା ମଲିକ, ମୃଣ୍ମୟୀ ତରାଇ, ଝିଲି ବିଶ୍ୱାଳ, ଲଳିତା ମୁର୍ମୁ, ମାନିନୀ ବେହେରା, ପାର୍ବତୀ ତାପେ, ସୋନାଲିରଣା, ଶୁଭଲକ୍ଷ୍ମୀ ପାତ୍ର, ସୁପ୍ରିୟା ମହାଳିକ ପ୍ରମୁଖ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରୀ ବଡଭଉଣୀଙ୍କ ଉଦେ୍ଦଶ୍ୟରେବକ୍ତବ୍ୟ ରଖୁଥିଲେ । ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞାପାରମିତା ପତି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ପ୍ରଥମ ଓ ୨ୟ ବର୍ଷର ଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗିତା କରିଥିଲେ ।