ଥାନା ଅଧିକାରୀଙ୍କ ବିରୋଧରେ ଅପପ୍ରଚାରକୁ ବିଜେପିର ବିରୋଧ
କାଳିଆପାଣି : ସୋସିଆଲ ମିଡିଆରେ କାଳିଆପାଣି ପୁଲିସକୁ ବଦନାମ କରିବାକୁ ନେଇ ସ୍ଥାନୀୟ ବିଜେପି ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଆଜି କାଳିଆପାଣି ଠାରେ ଏକ ପ୍ରେସ ବିଜ୍ଞପ୍ତିରେ ତଥାକଥିତ ସୋସିଆଲ ମିଡିଆରେ କାଳିଆପାଣି ପୁଲିସକୁ କମେଣ୍ଟ କରୁଥିବା ଲୋକମାନଙ୍କ ବିରୋଧରେ ନିଜର ପକ୍ଷ ରଖାଯାଇଛି । ସେଥିରେ କୁହାଯାଇଛି ଯେ, କାଳିଆପାଣି ଥାନା ଅଧିକାରୀ ଶିବ ଚରଣ ବେହେରା, ଏଠାରେ ଦାୟିତ୍ୱ ନେବା ପରେ ଖଣି ଅଞ୍ଚଳରେ ଶାନ୍ତିର ବାତାବରଣ ଫେରି ଆସିଛି । ଖଣି ଅଞ୍ଚଳବାସୀ ଥାନା ଅଧିକାରୀଙ୍କ କାଯ୍ୟଶୈଳୀକୁ ଖୁବ୍ ପସନ୍ଦ କରିଛନ୍ତି । ଏବଂ ଖଣି ଅଞ୍ଚଳରେ ଅରାଜକତା ଓ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ଲୋକ ମାନଙ୍କ ବିରୁଦ୍ଧରେ ଉଚିତ ପଦକ୍ଷେପ ନେଉଛନ୍ତି ।