ବଳଙ୍ଗା ପୀଡ଼ିତା ପରିବାରକୁ ଭେଟିଲେ ବରିଷ୍ଠ ନେତା

 ନିମାପଡ଼ା/ଗୋପ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଳଙ୍ଗା ଥାନା ଅଧୀନସ୍ଥ ବାୟାବର ଗ୍ରାମର ନାଁ ବାଳିକା ମୃତୁ୍ୟ ଘଟଣାରେ ଆଜି ନିମାପଡ଼ାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର(ରମୁ) ଓ ତାଙ୍କ ଶତାଧିକ ସମର୍ଥକ ମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହିତ ସମବେଦନା ଜଣାଇଛନ୍ତି । ପରେ ମୃତକଙ୍କ କବର ସ୍ଥାନ ନିକଟକୁ ଯାଇ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗତ ଜୁଲାଇ ୧୯ତାରିଖରେ ମୃତକଙ୍କୁ ୩ଜଣ ଦୁର୍ବୁତ ପୋଡ଼ି ମାରିଦେବା କଥା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଭୁବନେଶ୍ୱର ଏମ୍ସ ଏବଂ ପରେ ଉନ୍ନତ ଚିକିସôା ପାଇଁ ଦିଲ୍ଲୀ ଏମ୍ସକୁ ଏୟାର ଲିପ୍ଟ କରାଯାଇଥିଲା । ସେଠାରେ ଚିକିସôାଧୀନ ଅବସ୍ଥାରେ ଗତ ୨ତାରିଖରେ ନାବାଳିକାଙ୍କ ମୃତୁ୍ୟ ଘଟିଥିଲା । ସମ୍ପୂର୍ଣ୍ଣ ଘଟଣାକୁ ୧୮ଦିନ ହୋଇଥିବା ବେଳେ ମୃତୁ୍ୟକୁ ୪ଦିନ ପୁରିଛି । ଘଟଣାର ସତ୍ୟତା ସାମନାକୁ ଆଣିବାକୁ ଅଞ୍ଚଳ ବାସୀ ଦାବି କରୁଥିବା ବେଳେ ଆଜି ଅଞ୍ଚଳର ବରିଷ୍ଠ ନେତା ରମୁ ପାତ୍ର  ମୃତକଙ୍କ ପରିବାରକୁ ଭେଟି ପୁଲିସର ତଦନ୍ତ ପ୍ରକ୍ରିୟା ସଠିକ୍ ଭାବେ କରାଯାଇ ପ୍ରକୃତ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ଦାବି କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସ୍ମୃତି ରଞ୍ଜନ ନନ୍ଦ,ଜୟନ୍ତ କୁମାର ପଣ୍ଡା,ସମିର ସାମନ୍ତରାୟ,ଜ୍ୟୋତିରଞ୍ଜନ ମହାନ୍ତି, ମନୋଜ କୁମାର ନାୟକ,ରଜନିକାନ୍ତ ମହାନ୍ତି ଓ ଶେଖ୍ ଅହମଦ ପ୍ରମୁଖ ଉପସ୍ଥିତ ଥିଲେ ।