ଟ୍ରେନରେ କଟି ଯୁବକ ମୃତ
ଦାନଗଦୀ : ମଙ୍ଗଳବାର ପୂର୍ବତଟ ରେଳପଥର ଯଖପୁରା-ବାଂଶପାଳ ରେଳ ଲାଇନରେ ଜଣେ ଯୁବକଙ୍କ ଟ୍ରେନରେ କଟି ମୃତୁ୍ୟ ଘଟିଛି । ଖବର ମୁତାବକ ସୁକିନ୍ଦା ରୋଡ଼ ରେଳ ଷ୍ଟେସନର ମାନପୁର ଗାଁ ପାଖରେ ଥିବା ଅପ୍ ଲାଇନରେ ଟ୍ରେନରେ ମଧ୍ୟାହ୍ନ ସମୟରେ ଜଣେ ଯୁବକ କଟି ଯାଇଥିଲେ । ଯୁବକ ଜଣଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ନିୟୁ ମିର୍ଜାପୁର ହୋଇଥିବା ବେଳେ ସେ ଗାଁର ଦଶରଥ ସାହୁଙ୍କ ପୁଅ ଆଲୋକ (୩୨) ବୋଲି ଜଣାପଡିଛି । ଯୁବକ ଜଣଙ୍କ ମାନପୁର ଛକ ବ୍ରାହ୍ମଣ ସାହିରେ ଘର ଭଡା ନେଇ ରହୁଥିବା ବେଳେ ଶିଳ୍ପାଞ୍ଚଳର ଏକ କାରଖାନାରେ କାମ କରୁଥିଲେ । ରେଲୱେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପାଇଁ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।