ଏମ୍ଏନ୍ ହାଇସ୍କୁଲ ଆଗରୁ ୫ଲକ୍ଷର ବ୍ରାଉନ୍ସୁଗାର ଜବତ 

ପଟ୍ଟାମୁଣ୍ଡାଇ : ସମଗ୍ର ପଟ୍ଟାମୁଣ୍ଡାଇକୁ ବ୍ୟାପିଲାଣି ଧଳା ଜହର । ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ସ୍ଥାନରେ ଧଳା ଜହର ବ୍ୟବସାୟର ମୁଖ୍ୟ କେନ୍ଦ୍ର ପାଲଟିଲାଣି । ଓଡିଶାର ସର୍ବପୁରାତନ ଏମ.ଏନ ହାଇସ୍କୁଲ ସମ୍ମୁଖରୁ ୫୦ଗ୍ରାମ ବ୍ରାଉନ ସୁଗାର କୁ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ସ୍କୁଲ ସମ୍ମୁଖରେ ବ୍ରାଉନ ସୁଗାର  ବିକ୍ରି କରୁଥିବା ବେଳେ  ପୈାରାଚଂଳ ଅନ୍ତର୍ଗତ  ପୋଖରିଆପଡା ଗ୍ରାମର ରାହୁଲ ବେହେରା(୨୪)କୁ ଗିରଫ କରିଛି । ଜବତ ୫୦ ଗ୍ରାମ ବ୍ରାଉନ ସୁଗର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆବକାରି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ନିକଟରୁ ଏକ ସ୍କୁଟି ଗାଡି ମଧ୍ୟ ଜବତ କରାଯାଇଛି ।
ପ୍ରକାଶ ଥାଉକି ଗତ ୧୩ ତାରିଖ ଦିନ ପଟ୍ଟାମୁଣ୍ଡାଇ ବଜାରରୁ ୮୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇ ଜଣଙ୍କୁ ଗିରଫ କରାଯାଇଥିଲା । ଖବର ନେବାରୁ ଜଣାପଡିଛି ଯେ ଗତ କିଛି ମାସ ଧରି କେନ୍ଦ୍ରାପଡା ଜିଲ୍ଲରେ ଧଳା ଜହର ବ୍ୟବସାୟୀର ହବ ପାଲଟିଛି  ପଟ୍ଟାମୁଣ୍ଡାଇ । ବିଶେଷ କରି ଏଠାକୁ ବଲେଶ୍ୱର ଓ ଜଳେଶ୍ୱର ଅଂଚଳରୁ ବ୍ୟବସୟୀ ମାନେ ବ୍ରାଉନସୁଗାର ଆଣି ପଟ୍ଟାମୁଣ୍ଡାଇରେ ପହଂଚାଇଥାନ୍ତି । ଏଠାରୁ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଧଳାଜହର ପଠାଯାଇଥାଏ । ପଟ୍ଟାମୁଣ୍ଡାଇର ପ୍ରତ୍ୟେକ ଗ୍ରାମରେ ଏହି ଧଳା ଜହର ମିଳୁଥିବାର ଦେଖିବାକୁ ମିଳିଛି । ଆଜି ରାଜ୍ୟରେ ସୁନାମ ଅର୍ଜନ କରିଥିବା ଏମଏନ ହାଇସ୍କୁଲର ସମ୍ମୁଖରୁ ୫ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ହେବା ଘଟଣା ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ସମଗ୍ର ପଟ୍ଟାମୁଣ୍ଡାଇରେ ଯୁବପିଢୀ ଏହି ଧଳା ଜହର କବଳରେ କବଳିତ ହେଉଛନ୍ତି । ଫଳରେ ବିଭିନ୍ନ ଅପରାଧ ମାନ ସଂଗଠିତ ହେଉଥିବାର ଦେଖିବାକୁ ମିଳୁଛି । ଏହି ଘଟଣାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ଏସପି ବିପ୍ର ଚରଣ ମଣ୍ଡଳଙ୍କ ନିଦ୍ଦଦେ୍ର୍ଦଶ କ୍ରମେ ଇନିସପ୍ଟେକର ପଦ୍ମ ଲୋଚନ ନାୟକ, ଓଆଇସି ଛାୟାକାନ୍ତ ନାୟକ, ଏସ୍ଆଇ ଟୁକୁନା ପ୍ରଧାନ, ସୁନିଲ ମିଶ୍ର, ପ୍ରଦୀପ ମଲ୍ଲୀକ, କନେଷ୍ଟବଳ ରାମକୃର୍ଷ୍ଣ ଦାଶ ଏମଏନ ହାଇସ୍କୁଲ ସମ୍ମୁଖରୁ ରାହୁଲ ଧଳାଜହର ବିକୁଥିବା ବେଳେ ତାକୁ ଧରିଥିଲେ । ରାହୁଲକୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦେଇଛି ।