ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା : ଅଦିନିଆ ବର୍ଷା, ଭାଙ୍ଗିଲା ନଦୀବନ୍ଧ
କାକଟପୁର : ନଦୀ ବନ୍ଧ ସୁରକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ବେୟ ଅଟକଳ କରିବା ସହିତ ବିଭିନ୍ନ ସ୍ଥାନରେ ଅନେକ ଯୋଜନା କୁ ନଦୀ ବନ୍ଧ ସହିତ ଅନ୍ତର୍ଭୁକ୍ତ କରି ଏହି କାର୍ଯ୍ୟକୁ ଜଳପ୍ରକଳ୍ପ ବିଭାଗ ମାଧ୍ୟମ ରେ ଟେଣ୍ଡର କରି କିଛି ଠିକାସଂସ୍ଥା କୁ ପ୍ରଦାନ କରନ୍ତି, ମାତ୍ର ପ୍ରକୃତରେ ଉକ୍ତ ଠିକାସଂସ୍ଥା ଏହି କାର୍ଯ୍ୟ କୁ ସଠିକ ଭାବେ କରୁଛି କି ନାହିଁ ତାହାକୁ ବିଭାଗ ତଦାରଖ କରୁନାହିଁ, ଯଦି ବିଭାଗ ଉକ୍ତ କାର୍ଯ୍ୟ କୁ ସଠିକ ଭାବେ ତଦାରଖ କରିଥାନ୍ତା ତାହେଲେ ଆଜି ଅସ୍ତରଙ୍ଗ ବ୍ଲକ ବଳଭଦ୍ରପୁର ରୁ ସଅନ ପର୍ଯ୍ୟନ୍ତ ହୋଇଥିବା ନଦୀ ବନ୍ଧ ଅଦିନିଆ ବର୍ଷାରେ ଭାଙ୍ଗିନଥାନ୍ତା, ବଳଭଦ୍ରପୁର ରୁ ସଅନ ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ଯାହା ମାତ୍ର ୧ମାସ ତଳେ ନିର୍ମାଣ କରାଯାଇଛି, ଏହି ନଦୀ ବନ୍ଧ ଯାହା ନଦୀ ତଟ ଅଞ୍ଚଳ ର ସୁରକ୍ଷା ବନ୍ଧ ଭାବେ ପରିଚିତ ମାତ୍ର ଗତକାଲି କାଳବୈଶାଖୀ ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଏହିଭଳି ଅବସ୍ଥା ସାମ୍ନାକୁ ଆସିଛି, ଯାହା ଏହି ନଦୀ ବନ୍ଧ କେତେ ସୁରକ୍ଷିତ ଯାହାକୁ ନେଇ ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଶୁଣିବାକୁ ମିଳୁଛି ଏହା ହାରାହାରି ୫୦ ଲକ୍ଷ ଟଙ୍କାର କାମ, ନଦୀ ବନ୍ଧରେ ପଥର ସୋଲିଙ୍ଗ ସହ ନାଲି ମରମ୍ ପକାଯାଇ ଏହି ବନ୍ଧ ନିର୍ମାଣ କରାଯାଇଛି, ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ଅଞ୍ଚଳ ଏକ ଲୁଣା ମୃତ୍ତିକା ଯୁକ୍ତ, ବନ୍ଧ କାର୍ଯ୍ୟ ହେବାବେଳେ ଠିକାସଂସ୍ଥା ଏହି ଅଞ୍ଚଳରୁ ପଙ୍କୁଆ ଲୁଣା ମାଟି ଉଠାଇ ଏହି ବନ୍ଧ ନିର୍ମାଣ କରିଛନ୍ତି, ଯେତିକି ଉଚ୍ଚତାରେ ନାଲି ମରମ୍ ପଡିବା କଥା ସେତିକି ଉଚ୍ଚତା ରୁ କମ ବ୍ୟବଧାନରେ ଏହି ମାଟି ପଡିଛି, ଯେଉଁ ପଥର ସୋଲିଙ୍ଗ କରାଯାଇଛି ଏହା ୨ ନମ୍ବର ଆଉ ଧଳା ପଥର ୭୦% ଲଗାଯାଇଛି, ଯାହା ଆଖିକୁ ସୁନ୍ଦର ହେଇପାରେ ମାତ୍ର ମୂଳଦୁଆ ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି, ଫଳରେ ନିର୍ମାଣ ହୋଇଥିବା ଏହି ବନ୍ଧ ଅଦିନିଆ ବର୍ଷାରେ ଫାଟି ଆଁ ମେଲା କରିବା ସହିତ ବନ୍ଧ ସଂଯୋଗୀ କରଣ ପିଲାର ମଧ୍ୟ ଭାଙ୍ଗି ଯାଇଛି, ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ଏକ ପ୍ରାକୃତିକ ଦୁର୍ବିପାକ ବା ସୁନାମି ପ୍ରପୀଡ଼ିତ ଅଞ୍ଚଳ ବୋଲି ଘୋଷଣା ହୋଇଛି, ପ୍ରତ୍ୟେକ ବର୍ଷ ଏହି ଅଞ୍ଚଳରେ ସାମୁଦ୍ରିକ ବାତ୍ୟା ବନ୍ୟା ହୋଇ ସାଧାରଣ ଲୋକଙ୍କ ଧନ ଜୀବନକୁ ନଷ୍ଟ କରେ, ସେଥିପାଇଁ ଲୋକଙ୍କୁ ସୁରକ୍ଷା ଦେବାଲାଗି ସରକାର ନଦୀ ବନ୍ଧ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅର୍ଥ ଅଟକଳ କରୁଛନ୍ତି ମାତ୍ର ଠିକାଦାର ଓ ବିଭାଗର ମଧୁଚନ୍ଦ୍ରିକା ପାଇଁ ସାମ୍ନାକୁ ଆସିଛି ଏହି ଅନ୍ଧାରୁଆ କାମର ନଗ୍ନ ଦୃଶ୍ୟ, ଏଥିରୁ ସ୍ପଷ୍ଟ ଜଣାପଡୁଛି ସରକାରଙ୍କ ଅର୍ଥକୁ କିପରି ବିଭାଗ ଓ ଠିକାସଂସ୍ଥା ହରିଲୁଟ କରୁଛନ୍ତି, ବଳଭଦ୍ରପୁରରୁ ସଅନ ଏହି ରାସ୍ତା ଆଜି ପ୍ରମାଣିତ କରୁଛି ଏହି କାର୍ଯ୍ୟକୁ କେତେ ନିମ୍ନମାନର! ଯାହାକି ଫଳରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ଭିଜିଲାନ୍ସ ତଦନ୍ତ ଲାଗି ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।