ଟପ୍ପର ଛାତ୍ରଛାତ୍ରୀଙ୍କୁ ସମର୍ଥ କୋଚିଂ ସେଣ୍ଟ ପକ୍ଷରୁ ସମ୍ବର୍ଦ୍ଧନା

 ପଟ୍ଟାମୁଣ୍ଡାଇ : ଚଳିତ ବର୍ଷ ଉଭୟ ସି.ବିଏସ.ଇ ଏବଂ ଏସ.ଏସ.ମି.ଇ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମର୍ଥ କୋଚିଂ ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି  । ଏହି ଉପଲକ୍ଷେ ସମର୍ଥ କୋଚିଂ ସେଣ୍ଟର ମୁଖ୍ୟପରିଚାଳକ ଶଶିକାନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉସôବରେ ଆଶିଷ କୁମାର ପଣ୍ଡା, ଲିପିକା ଜେନା, ଦେବାଶିଷ ପଣ୍ଡା ଶୁଭମ ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ବିଭିନ୍ନ ପରୀକ୍ଷାରେ ଟପ୍ପର ହୋଇଥିବା ସାଇରୂପା ନନ୍ଦ ଏ୧(୯୧%) ଦିପଙ୍କର ଦାସ ଏ୧(୮୮%), ଶୁଭଲକ୍ଷୀ ଦାସ ଏ୧(୮୬%) ଅଙ୍କିତା ଦାସ ଏ୨(୭୯%) , ଅନୁସ୍ମିତା ସାହୁ ଏ୨(୭୬%) ସଂଗ୍ରାମ କେଶରୀ କୁଣ୍ଡ ଏ୨(୭୬%) ସ୍ୱର୍ଣ୍ଣପ୍ରଭା ମଲ୍ଲିକ ଏ୨(୭୩%) ସମ୍ବର୍ଦ୍ଧିତ କରିଥିବାବେଳେ ସିବିଏସ ଇ ଟପ୍ପର ଗୁରୁଦତ ସ୍ୱାଇଁ (୯୩%) , ଆୟୁଷ ଖୁଣ୍ଟିଆ (୮୪%)ରାଜଦୀପ ଗୁପ୍ତା (୮୩%) ସୂର୍ଯ୍ୟକାନ୍ତ ବରାଳ(୭୯%) ଦିପୁନ ବାରିକ (୭୫%) ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ଉପରୋକ୍ତ ଛାତ୍ରଛାତ୍ରୀମାନେ ସମର୍ଥ କୋଚିଂ ସେଣ୍ଟରରେ କୋଚିଂ ନେଇ ବିଶେଷ ସଫଳତା ହାସଲ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ପ୍ରତିଭା ପରିଡା ଧନ୍ୟବାଦ ଦେଇଥିଲେ  ।