ଡବ୍ଲୁ୍ୟଏସ୍ସିରେ ଟ୍ରେନିଂ ଅଫ୍ ଟ୍ରେନର୍ସ କାର୍ଯ୍ୟକ୍ରମ : ବିହାରର ୩୪ ପ୍ରଶିକ୍ଷକଙ୍କୁ ତାଲିମ

 ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲୁ୍ୟଏସ୍ସି)ଠାରେ ଟ୍ରେନିଂ ଅଫ୍ ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଡବ୍ଲୁ୍ୟଏସ୍ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିହାରର ବିଭିନ୍ନ ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ଭାଗନେଇ ଅତ୍ୟାଧୁନିକ ‘ଶିକ୍ଷାଦାନ ଓ ମୂଲ୍ୟାଙ୍କନ’ ବିଷୟରେ ତାଲିମ ନେଇଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ବିହାର ଦକ୍ଷତା ମିଶନ ଭିତରେ ହୋଇଥିବା ଏମଓୟୁ ଆଧାରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିଥିଲା । ଏଥିରେ ୩୪ ଜଣ ପ୍ରଶିକ୍ଷକ ଯୋଗ ଦେଇଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଡବ୍ଲୁ୍ୟଏସ୍ସିର ସିଇଓ ରଶ୍ମିତା ପଣ୍ଡା ଯୋଗଦେଇ ପ୍ରଶିକ୍ଷକଙ୍କୁ ଉସôାହିତ କରିଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା କହିଛନ୍ତି ଯେ, ଦକ୍ଷତା ବିକାଶ ତାଲିମ କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଆଜି ସାରା ଦେଶରେ ଏକ ବିଶେଷ ପରିଚୟ ପାଇଛି । ‘ଟ୍ରେନିଂ ଅଫ୍ ଟ୍ରେନର’ କାର୍ଯ୍ୟକ୍ରମ ବିଷୟରେ ଏକାଡେମୀର ଉପନିଦେ୍ର୍ଦଶକ ଆଶୁତୋଷ ନୟନଦେ କହିଛନ୍ତି, ବର୍ତ୍ତମାନର ଶିଳ୍ପ ଦୁନିଆକୁ ଦୃଷ୍ଟିରେ ରଖି ପ୍ରଶିକ୍ଷକମାନଙ୍କୁ ଆମେ ଉନ୍ନତମାନର ତାଲିମ ପ୍ରଦାନ କରୁଛୁ । ଡବ୍ଲୁଏସ୍ସିର ସିଓଓ ପିନାକୀ ପଟ୍ଟନାୟକ, ମୁଖ୍ୟ କୌଶଳ ଅଧିକାରୀ ବ୍ରୁସ୍ ପୋହ ଏବଂ ଉପାଧ୍ୟକ୍ଷା ଜିତାମିତ୍ର ଶତପଥୀଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।