୧୬ରୁ ସାହାଣୀ କପ ଫୁଟବଲ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା ଓ ରାଜ୍ୟ କ୍ରୀଡା, ଯୁବସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ଠାରେ ୬୪ତମ ସାହାଣୀ କପ ସିନିଅର ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତା ଆୟୋଜିତ ହେବ । ଆସନ୍ତା ୧୬ରୁ ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏକାଦିକ୍ରମେ କେନ୍ଦୁଝର, କେନ୍ଦ୍ରାପଡ଼ା, ବୌଦ୍ଧ ଓ ବ୍ରହ୍ମପୁର ଠାରେ ଚାରୋଟି ସ୍ଥାନରେ ୧୬ରୁ ୨୩ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ରବିବାର ସନ୍ଧ୍ୟାରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆୟୋଜକ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦିଆଯାଇଛି । କେନ୍ଦୁଝର ଜୋନରେ ଗ୍ରୁପ-ଏରେ ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର ଏବଂ ଢେଙ୍କାନାଳ ସ୍ଥାନ ପାଇଥିବା ବେଳେ ଗ୍ରୁପ-ବିରେ ଘରୋଇ କେନ୍ଦୁଝର ସହ ଯାଜପୁର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ଅନୁଗୋଳ ଦଳ ସ୍ଥାନ ପାଇଛନ୍ତି । ଟୁର୍ଣ୍ଣାମେଣ୍ଟ ପରିଚାଳନା ପାଇଁ ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ସ୍ୱୀକୃତିପ୍ରାପ୍ତ ରେଫରୀ ସୁବ୍ରତ ପୁରୋହିତ, ଆଶୀର୍ବାଦ କାନୁନଗୋ, ଉକôଳମଣି ବେହେରା, ଶୁଭମ ପାତ୍ର ଜିତେନ୍ଦ୍ରିୟ ଥାନାପତି, ଅରୁଣ ନାୟକ, ଦେବରାଜ ସ୍ୱାଇଁ, ଜଗନ୍ନାଥ କହ୍ନର, ରନôାକର ସୋରେନ, ବାପୁନ ମହାନ୍ତ, ସନ୍ତୋଷ ମହାକୁଡ଼ ଏବଂ ରାଇମୋହନ ମୁର୍ମୁ ପ୍ରମୁଖ ୧୨ ଜଣ ସ୍ଥାନ ପାଇଛନ୍ତି । ବରଗଡ଼ର ସୁରେଶ ଦାଶ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇବେ ।