ସବୁଠି ମା’ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ

ସବୁଠି ମା’ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ

ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ପୂଜାସେôାବ ବୁଧବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଛି । ଭଣ୍ଡାରିପୋଖରୀ ବଜାର ଭଣ୍ଡାରିପୋଖରୀ ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ସମ୍ପାଦକ ପ୍ରଶାନ୍ତ କୁମାର ତି୍ରପାଠୀ(ବାବୁନା) ଘଟ ଉତ୍ତୋଳନ କରି ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ । କାରିଗର ଶଶଧର ସାହୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଛନ୍ତି । ପୂଜକ ନାରାୟଣ ଚନ୍ଦ୍ର ପଣ୍ଡା ଓ ସାଥି ପୂଜାକାର୍ଯ୍ୟ ତୁଲାଉଛନ୍ତି । ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସଭାପତି କମିଟି ସଭାପତି ମହେନ୍ଦ୍ର ପରିଡା, ସୁଧାଂଶୁ ମୋହନ ମିଶ୍ର, ସୁଧାଂଶୁ ଶେଖର ମିଶ୍ର, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ, ସଂଗ୍ରାମ କେଶରୀ ସାହୁ, ଜିତେନ୍ଦ୍ର ନାୟକ, ରାଜେନ୍ଦ୍ର ଦାସ, ଜ୍ଞାନେନ୍ଦ୍ର ସାହୁ, ରାଜେନ୍ଦ୍ର ରାଉତ, ନାରାୟଣ ଚନ୍ଦ୍ର ଜେନା, ଅର୍ଜ୍ଜୁନା ସାହୁ, ଶୁଭ୍ରମ କେଶରୀ ସାହୁ, ବାବୁଲି ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ହିମାଂଶୁ ପଣ୍ଡା, ନାରାୟଣ ଜେନା, ଗିରିଧାରୀ ଜେନା, ରାଜକିଶୋର ସାହୁ, ନାରାୟଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି । ୧୮ ତାରିଖ ସନ୍ଧ୍ୟାରେ ‘ଗୀତ୍ ସଙ୍ଗୀତ’ ଅର୍କେଷ୍ଟ୍ରା ଦ୍ୱାରା ମେଲୋଡି ପରିବେଷଣ, ୧୯ ତାରିଖରେ ଗାୟିକା କବିତାରାଣୀ ଦତ୍ତଙ୍କ ଦ୍ୱାରା ପାଲା ପରିବେଷଣ, ୨୦ ତାରିଖରେ କୁଆଁର ଉସôବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସୋମବାର ପ୍ରସାଦସେବନ ଓ ଭସାଣ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।
ଅପରପକ୍ଷରେ ଭଣ୍ଡାରିପୋଖରୀ ବ୍ଲକର ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ଆନୁକୂଲ୍ୟରେ ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ୨୬ ତମ ପୂଜାସେôାବ ବୁଧବାର ଆରମ୍ଭ ହୋଇଛି । ଶିଳ୍ପୀ କାଶୀନାଥ ପରିଡା ଓ ଖଗେଶ୍ୱର ପରିଡାଙ୍କ ଦ୍ୱାରା ପାରମ୍ପାରିକ ଭାବେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି । କର୍ତ୍ତା ଅନିଲ କୁମାର ଶତପଥି ଓ ସୁଦିପ୍ତା ଶତପଥି ଜଳଘଟ ଉତ୍ତେଳନ କରି ସଙ୍କଳ୍ପ କରିଥିଲେ । ପୂଜକ ରବିନ୍ଦ୍ର କର, ବିଜୟ ତ୍ରିପାଠୀ ଓ ରାଜେଶ ତ୍ରିପାଠୀ ପୂଜାକାର୍ଯ୍ୟ ବିଧିମତେ ତୁଲାଉଛନ୍ତି । ସୁଦୃଶ୍ୟ ମୃଣ୍ମୟୀ ମୂର୍ତ୍ତି, ଆଲୋକମାଳା, ତୋରଣ, ମୀନାବଜାର ଆଦି ପୂଜାର ଆକର୍ଷଣ ପାଲଟିଛି । ଚଳିତ ବର୍ଷ ୯ ଦିନ ବ୍ୟାପୀ ପୂଜାର ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହୋସôବ ମଧ୍ୟ ଅନୁଷ୍ଠିତ ହେବ । ବିଭିନ୍ନ ସନ୍ଧ୍ୟାରେ ପାଲା ଓ ନୃତ୍ୟ, ମୋଗଲ ତାମସା, ଘୁମୁରା ନୃତ୍ୟ, ଛଉ ନୃତ୍ୟ, ମେଲୋଡି ସୁରସଙ୍ଗମ, ଶିଶୁ କଳାକାରଙ୍କ ଦ୍ୱାରା ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ସଂଘର ସଭାପତି ଚନ୍ଦ୍ରଶେଖର ମହାନ୍ତି, ସମ୍ପାଦକ ରାଜେନ୍ଦ୍ର ଶତପଥି, ଅଜୟ ବାରିକ, ଗୋପାଳ କୁଅଁର, କମଳାକାନ୍ତ ସାମଲ, ଦେବାଶିଷ ପଣ୍ଡା, ଶ୍ୟାମସୁନ୍ଦର ଦାସ, ନିରଞ୍ଜନ ବେହୁରିଆ, ଦୁର୍ଯେ୍ୟାଧନ ଦାସ, ସୁଦାମ ଦାସ, ନିଶିକାନ୍ତ ସୂତାର, ଗଣେଷ ସାମଲ, କାହ୍ନୁ ବାରିକ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି । ୨୨ ତାରିଖରେ ଉସôବ ଉଦଯାପିତ ହେବ । 
ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସଦର ମହକୁମାରେ ୪୭ ବର୍ଷ ଧରି ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଆସୁଛି । ଗଜଲକ୍ଷ୍ମୀ ପୂଜା ପାଇଁ ବନ୍ତ ଅଞ୍ଚଳ ଉସôବମୁଖର ହୋଇଉଠିଛି  । ବନ୍ତ ଥାନା ଛକରେ ପ୍ରଥମେ ଓଡ଼ିଶା ଅପେରାର ପ୍ରତିଷ୍ଠାତ ସ୍ୱର୍ଗତ କାହ୍ନୁଚରଣ ନାୟକଙ୍କ ଉଦ୍ୟମକ୍ରମେ ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ ଏହି ପୂଜା ଆରମ୍ଭ ହୋଇଥିଲା । ସେତେବେଳେ ଏକ ମାଟି ଘରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା । ପରେ ଏହି ପୂଜା ଅଧିକ ଆକର୍ଷଣୀୟ ହେବାକୁ ଲାଗିଲା । ଗୋଟିଏ ମେଢ ବଦଳରେ ଦୁଇଟି ସ୍ଥାନରେ ମେଢ଼ ଓ ପାର୍ଶ୍ୱ ବିଗ୍ରହ ନିର୍ମାଣ କରାଗଲା  । ରାଜ୍ୟର ନାମୀଦାମୀ ଟେଣ୍ଟ ହାଉସମାନଙ୍କର ଆଲୋକ ଏବଂ ତୋରଣ ସଜ୍ଜା ମନମୋହିବା ସହିତ ଲୋକଙ୍କୁ ଆକର୍ଷିତ କରିବାରେ ଲାଗିଛି । ଦୁଇ ମେଢ଼ ଡିଗିଆଡ଼ି ଓ କେନ୍ଦୁଆପଦା ଛକ ପର୍ଯ୍ୟନ୍ତ ପ୍ରାୟ ଏକ କିମି ପର୍ଯ୍ୟନ୍ତ ଆଲୋକ ସଜ୍ଜା କରାଯାଇଛି  । ମା’ଙ୍କ ନାମରେ ନାମିତ ବନ୍ତ ଲକ୍ଷ୍ମୀବଜାର ପୂର୍ବରୁ ୧୫ ଦିନ ପର୍ଯ୍ୟନ୍ତ ପୂଜା ଜମୁଥିଲା । ଏବେ ୭ ଦିନରେ ସୀମିତ ହୋଇଛି । ଠାକୁର୍ ଦର୍ଶନ ପାଇଁ ପ୍ରତ୍ୟହ ଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ମୀନା ବଜାର ସହିତ ଦୋଳିର ମଜା  ମଧ୍ୟ ନେଇଥାନ୍ତି  । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ନାହିଁ । ଶୃଙ୍ଖଳା ରକ୍ଷା ପାଇଁ ଦୁଇଟିଯାକ ପୂଜା କମିଟିର ସ୍ୱେଚ୍ଛାସେବୀଙ୍କ ସମେତ ବନ୍ତ ପୁଲିସ ମଧ୍ୟ ସହଯୋଗ କରିଥାନ୍ତି  ।
କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଏବଂ କୁମାରୀ ମାନଙ୍କର କୁମାର ପୂର୍ଣ୍ଣୀମା ପାଇଁ ସାରା ଜିଲ୍ଲା ଉସôବ ମୁଖର ହୋଇ ଉଠିଛି ।  ବିଭିନ୍ନ ପୂଜା ମଣ୍ଡପ ଓ ମେଢ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଗହଳି ପରିଲକ୍ଷିତ ହୋଇଛି । ପୂଜାକୁ ସରସସୁନ୍ଦର କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା ସୋ, ମୀନାବଜାର, ନୃତ୍ୟ ପ୍ରତିଯୋଗୀତା, ଭଜନସନ୍ଧ୍ୟା ଆଦି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । କେତେକ ସ୍ଥାନରେ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍ଷ୍ମୀପୂଜା ଓ ମେଳା ଅନୁଷ୍ଠିତ ହେଉଛି । କେନ୍ଦୁଝର ସହରର କାଶୀପୁର, ମାଧପୁର ମହାଲକ୍ଷ୍ମୀ କଲଚରାଲ କ୍ଳବ, ନୂଆସାହି ମହାଲକ୍ଷ୍ମୀ ସାଂସ୍କୃତିକ ପୂଜା କମିଟି, ପୁରୁଣାବଜାର, ବଣିଆପାଟ ମା’ ଲକ୍ଷ୍ମୀପୂଜା କମିଟି, ମା’ଲକ୍ଷ୍ମୀ ପୂଜା କମିଟି କଲେଜରୋଡ, ବାଁପାର, ବଡହଳ ଲକ୍ଷ୍ମୀପୂଜା କମିଟି, ବଡଦାଣ୍ଡ, ଧୋବାଡିହା, ଡେଲିମାର୍କେଟ, ନେତାଜୀ ଯୁବକ ସଂଘ ପବିତ୍ରଡିହା, ଶିବନାରାୟଣପୁର ସାହି, ବୁଲାଦ୍ୱାରସାହି, ଲକ୍ଷ୍ମୀନାରାୟଣପୁରସାହି, ଆଟୋପୁର, ରଙ୍ଗପାଟସାହି, ବୀରବରପୁର, ବୈଦ୍ୟରାଜସାହି, ରାଇସୁଆଁ, ପଦ୍ମପୁର, ପଳାଶପଙ୍ଗା ନିକଟସ୍ଥ ମୁରୁସୁଆଁ, ତୁରୁମୁଙ୍ଗା, ପାଟଣା, ଚମ୍ପୁଆ,ଯୋଡା ଆଦି ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା’ଙ୍କ ପୂଜା ବୁଧବାର ଠାରୁ ଆରମ୍ଭ ହୋଇଛି । ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ମଣ୍ଡପ ଓ ମେଳାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।  କୁମାର ପୂର୍ଣ୍ଣୀମା ଏବଂ ଗଜଲକ୍ଷ୍ମୀ ପୂଜାକୁ ନେଇ ସାରା କେନ୍ଦୁଝର ଉସôବମୁଖର ହୋଇପଡିଛି ।