ଡାଲମିଆ ଭାରତ ଫାଉଣ୍ଡେସନର ଇଲେକ୍ଟ୍ରିକାଲ ଟୁଲ କିଟ୍ ବଣ୍ଟନ


ାା ପ୍ରଭାନୁ୍ୟଜ ।ା ରାଜଗାଙ୍ଗପୁର, : ବିଶ୍ୱ ଯୁବ କୋ÷ଶଳ ଦିବସରେ ଡାଲମିଆ ଭାରତ ଲିମିଟେଡ ତାର ସାମାଜିକ ଦାୟିତ୍ୱ ନିର୍ବାହଶାଖା ଡାଲମିଆ ଭାରତ ଫାଉଣ୍ଡେସନ ରାଜଗାଙ୍ଗପୁରସ୍ଥିତ ଦୀକ୍ଷା ସେଣ୍ଟରରେ ଶିକ୍ଷାନବୀଶମାନଙ୍କୁ ବୈଦୁ୍ୟତିକ ଟୁଲ୍ କିଟ୍ ବଣ୍ଟନ କରିଛି । ସ୍ନାଇଡର ଇଲେକ୍ଟ୍ରିକ ଇଣ୍ଡିଆ ଫାଉଣ୍ଡେସନର ସଦୟ ସମର୍ଥନରେ ଡିବିଏଫ ତାହାର ଇଲେକଟ୍ରିକାଲ ଆସିଷ୍ଟାଣ୍ଡ ପାଠ୍ୟକ୍ରମର ଆତ୍ମନିଯୁକ୍ତ ଶିକ୍ଷାନବୀଶଙ୍କୁ ଇଲେକ୍ଟ୍ରିକାଲ କ୍ଷେତ୍ରରେ ସେମାନଙ୍କର କ୍ୟାରିୟର ଆଗେଇନେବା ଦିଗରେ ସମର୍ଥ କରିବାକୁ ୨୫ଟି ବୈଦୁ୍ୟତିକ ଟୁଲ୍କିଟ୍ ବଣ୍ଟନ କରିଥିଲା । ଭାରତର ଦ୍ରୁତ ସହରୀକରଣ ଏବଂ ସ୍ମାର୍ଟ ହୋମ ଭଳି ପ୍ରଯୁକ୍ତିଗତ ବିକାଶ ସହିତ ତାଲିମପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କର ବର୍ଦ୍ଧିତ ଚାହିଦା ଏହି କ୍ଷେତ୍ରରେ ନିଯୁକ୍ତି ଏବଂ ଔଦ୍ୟୋଗିକତା ନିମନ୍ତେ ଏକ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରୁଛି । ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅତିଥିମାନଙ୍କ ଉପସ୍ଥିତିରେ ୟୁନିଟ ଅଧିକାରୀମାନେ ଏହି ଟୁଲ୍ କିଟ୍ ଗୁଡିକ ପ୍ରଦାନ କରିଥିଲେ । ଏସମ୍ପର୍କରେ ମତ ଦେଇ ଡାଲମିଆ ଭାରତ ଫାଉଣ୍ଡେସନ ସିଇଓ ଅଶୋକ କୁମାର ଗୁପ୍ତାକହିଥିଲେ, ଡାଲମିଆ ଭାରତରେ ଆମେ କୁଶଳତାର ବିକାଶ ଜରିଆରେ ଆମ ଯୁବବର୍ଗଙ୍କର ପରିପୋଷଣ ନିମନ୍ତେ ପ୍ରତିବଦ୍ଧ ରହିଛୁ, ସେମାନଙ୍କୁ ସ୍ୱାବଲମ୍ବୀ ହେବା ଯାତ୍ରାରେ ସମର୍ଥ କରାଉଛୁ । ରାଜଗାଙ୍ଗପୁରସ୍ଥିତ ଦୀକ୍ଷା କେନ୍ଦ୍ର୧୧୪୫ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ସଫଳତାର ସହିତ ତାଲିମ ପ୍ରଦାନ କରିସାରିଛି ଯେଉଁମାନେ ପ୍ରତ୍ୟେକ ମାସିକ ହାରାହାରି ୧୦ହଜାର ଟଙ୍କାରୁ ନେଇ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଛନ୍ତି ବୋଲି କହିଥିଲେ ।