କୁକର୍ମ ମାମଲାରେ ଯୁବକ କୋର୍ଟଚାଲାଣ

ାା ପ୍ରଭାନୁ୍ୟଜ୍ ।ା ଜଟଣୀ: କୁକର୍ମ ମାମଳାରେ ପୁଲିସ ମଙ୍ଗରାଜ ସାହିର ରାକେଶ ବେହେରା (୨୫) ଓରଫ ଶଙ୍କର ନାମକ ଜଣେ ଯୁବକକୁ ୩୯୧/୨୪ ମାମଲା ଆଧାରରେ  କୋର୍ଟ୍ଚାଲାଣ କରିଛି । ସୂଚନା ମୁତାବକ ଶନିବାର ରାତି ପ୍ରାୟ ୮ ସମୟରେ ଘରେ ରୋଷେଇ ହେଉଥିବା ବେଳେ ମସଲା ନଥିବାରୁ ଦୋକାନରୁ ମସଲା ଆଣିବା ପାଇଁ ନାବାଳିକା ଜଣଙ୍କ ବାହାରକୁ ଯାଇଥିଲା । ଦୀର୍ଘସମୟ ଧରି ସେ ଘରକୁ ନଫେରିବାରୁ ଘର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ମେଳଣ ପଡିଆ ଅଞ୍ଚଳର ଥିବା ହାତୀଖାଲ ନିକଟରେ ଏକ ବୁଦା କଡ଼ରୁ ମୁମୂର୍ଷ ଓ ଉଲଗ୍ନ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ସାଷ୍ଟାମ ହେବା ପରେ ନାବାଳିକା ଜଣଙ୍କ ଶଙ୍କର ନାମକ ଜଣେ ଯୁବକ ଜୋରଜବରଦସ୍ତ ମାଡ଼ମାରି କୁକର୍ମ କରିଥିବା ପ୍ରକାଶ କରିଥିଲା । ଏ ନେଇ ପୀଡିତାଙ୍କ ଭାଇ କରନ ହାତୀ ଥାନାରେ ଦେଇଥିବା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମିଳିବା ପରେ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ଘଟଣାକୁ ଗୁରୁତର ସହ ନେଇ ପୀଡିତା ଓ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ନମସ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହିତ ଘଟଣାର ତଦନ୍ତ କରିଥିଲେ ।