ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା... ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଲା ମାମଲା
ାା ପ୍ରଭାନୁ୍ୟଜ ।ା ଯାଜପୁର, : ଶନିବାର ସନ୍ଧ୍ୟାରେ ଜେନାପୁର ଥାନା ଅନ୍ତର୍ଗତ ବରଡ଼ାଛକରେ ଗଙ୍ଗାଧର ନାୟକ ନାମକ ବ୍ୟବସାୟୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛି । ଆକ୍ରମଣକାରୀଙ୍କ ଠାରୁ କୌଣସି ମତେ ବର୍ତ୍ତି ଯାଇଥିବା ଜେନାପୁର ଥାନା ଅନ୍ତର୍ଗତ ମହିଶରା ପଞ୍ଚାୟତ ରମ୍ପେଇ ଗ୍ରାମର ଗଙ୍ଗାଧର (୬୬) ନିଜର ଏବଂ ପରିବାର ସୁରକ୍ଷାପାଇଁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ । ଲିଖିତ ଭାବେ ଗଙ୍ଗାଧର ମୁଖ୍ୟମୁନ୍ତ୍ରୀ କରିଥିବା ଅଭିଯୋଗ ପତ୍ରରେ ସୁରକ୍ଷାମାଗିଥିଲେ । ପ୍ରକୋଷ୍ଠରେ ଉପସ୍ଥିତ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଗଙ୍ଗାଧରଙ୍କ ଅଭିଯୋଗକୁ ଗ୍ରହଣ କରି ସମସ୍ତ କଥା ଶୁଣିଥିଲେ । ଗଙ୍ଗାଧର ତାଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ଜେନାପୁର ଥାନାରେ ଅଭିଯୋଗ କରିଥିବା ଏବଂ ୨୫୬/୨୪ରେ ମାମଲା ରୁଜୁ କରିଥିଲେ ହେଁ ରାଜନୈତିକ ଚାପରେ ପୁଲିସ ହାତବାନ୍ଧି ବସିଥିବା କଥା ଦର୍ଶାଇଥିଲେ । ପୁଲସର ନିରବତା କାରଣରୁ ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣକାରୀମାନେ ଖୁଲମ ଖୁଲା ଧମକ ଦେବାରେ ଲାଗିଛନ୍ତି । ତାଙ୍କ ଜୀବନପ୍ରତି ବିପଦଥିବାରୁ ସପରିବାର ଘରଛାଡ଼ି ବାହାରେ ରହୁଥିବା କଥା ଦର୍ଶାଇଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୁରକ୍ଷା ମାଗିଥିବା ଗଙ୍ଗାଧର ଆଜି ଏସପି ଯାଜପୁରଙ୍କ ପାଣିକୋଇଲି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଇ ସମାନ ଅଭିଯୋଗ ଆଣି ଗଙ୍ଗାଧର ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପିଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଥିଲେ । ଅତିରିକ୍ତ ଏସପି ଆଇନ ମତେ ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜେନାପୁର ଥାନାରେ ହୋଇଥିବା ୨୫୬/୨୪ ମାମଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ପହଞ୍ଚିବା ଘଟଣା ଆଲୋଚନାର ବିଷୟ ହୋଇପଡ଼ିଛି । ପୁଲିସ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ପ୍ରଥମ କର୍ତବ୍ୟ ହୋଇଥିବା ଏହା କରିବାକୁ କୁଣ୍ଠାବୋଧ କରୁଥିବାରୁ କଥାଟି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠା ଗଲା ବୋଲି ଆଲୋଚନା ହେଉଛି । ଯଦି କୌଣସି ଥାନାରୁ ନ୍ୟାୟ ନମିଳେ, ତେବେ ଏଭଳି ଭାବେ ଥାନା ମାମଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବାକୁ ପୁଲିସ ବାବୁ ଅଟକାଇ ପାରିବେନି । ଯାହା ଗଣତନ୍ତ୍ର ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ପ୍ରକାଶ ଥାଉକି ଗତ ୧୩ ତାରିଖ ରାତି ପ୍ରାୟ ୧୦ ଟା ସମୟରେ ଶ୍ରୀ ନାୟକ ଓ ତାଙ୍କ ପୁଅ ଦେବକାନ୍ତଚଢ଼େଇଧରା ଫାଣ୍ଡିରୁ ଫେରିବା ସମୟରେ ବରଡ଼ା ଛକ ନିକଟରେ ରମ୍ପେଇ ଗ୍ରାମର୨୦ରୁ ଊର୍ଦ୍ଧ ଯୁବକ ଲୁହାରଡ଼, ଟେଣ୍ଟା, ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ସେ ଓ ପୁଅ କାର୍ରେ ଖସି ପଳାଇଥିଲେ । ଆକ୍ରମଣକାରୀ ତାଙ୍କ କାରର ଆଗ କାଚକୁ ଟେଣ୍ଟା ମାଡ଼ କରି ଖସାଇ ଦେଇଥିଲେ । ପଛରେ ଆସୁଥିବା ତାଙ୍କ ପୁଅର ଶଳା ଗାଡିକୁ ମଧ୍ୟ ଆକ୍ରମଣ କରିଥିଲେ । ସେମାନେ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଏକ ରାସ୍ତାରେ ୧୬ନଂ ଜାତୀୟ ରାଜପଥ ସାରେଇ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଲୁଚି ରହିଥିଲେ । ଏଖବର ପାଇ ଧର୍ମଶାଳା ଥାନା ଅଧିକାରୀ, ଜେନାପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବାରୁ ସେମାନେ ବାହାରକୁ ବାହାରିଥିଲେ । ଏନେଇ ଗଙ୍ଗାଧର ଥାନାରେ କରିଥିବା ଲିଖିତ ଅଭିଯୋଗରେ ବଳଦେବ ରାଉତ୍, ଦୁଃଶାସନ ସାହୁ, ବାବୁଲି ଜେନା, ରାଜେଶ ନନ୍ଦ, କାଳିଆ ରାଉତ, ଅଜିତ ଜେନା, ମାନସ ରାଉତ, ଚନ୍ଦନ ଜେନା, ଅନ୍ତର୍ଯ୍ୟାମୀ ସାହୁଙ୍କ ସମେତ ୨୦ଜଣଙ୍କ ସଂପୃକ୍ତ ଥିବା କଥା ଉଲ୍ଲେଖ କରିଥିଲେ ।