ହୋଇପାରୁନି ବାଳମୁକୁଳି ନୂତନ ପିଏଚ୍ସି କାର୍ଯ୍ୟକ୍ଷମ
ାା ପ୍ରଭାନୁ୍ୟଜ ।ା ସିଂହପୁର : ଅଞ୍ଚଳବାସୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ । ଚିକିସôା ପାଇଁ ମାଇଲ ମାଇଲ ଦୂର ଯିବାକୁ ପଡିବନି । ବୃଦ୍ଦବୃଦ୍ଧା, ଶିଶୁ, ଗର୍ଭବତୀ ମହିଳା ନିଜ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାର ଲକ୍ଷ ନେଇ ଦୀର୍ଘ ୪୦ବର୍ଷ ପୂର୍ବରୁ ବିଞ୍ଝାରପୁର ବ୍ଲକ ବାଳମୁକୁଳି ବଜାର ଠାରେ ଏକ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ସ୍ଥାନୀୟ ୧୦ଖଣ୍ଡ ମୌଜାର ଲୋକେ ପ୍ରାୟାସ ଆରମ୍ଭ କରିଥିଲେ । ଏଥିପାଇଁ ଜମି ଗ୍ରହଣ ଓ ଗୃହ ମଧ୍ୟ ନିର୍ମାଣ କରିଥିଲେ । ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଅଞ୍ଚଳବାସୀଙ୍କ ସ୍ୱପ୍ନ ସେମିତି ସ୍ୱପ୍ନରେ ରହିଥିଲା । ନିର୍ମାଣ ହୋଇଥିବା ଗୃହ ଭୂତ କୋଠି ପରି ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡିରହିଥିଲା । ଏଇ କିଛି ବର୍ଷ ପୂର୍ବରୁ ଅଞ୍ଚଳବାସୀଙ୍କ ସହଯୋଗରେ ପୁଣି ବାଳମୁକୁଳି ବଜାର ଠାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ତୀବ୍ର ହେବା ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା । ଜିଲା ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ସମସ୍ତ ନଥିପତ୍ର ଚୂଡାନ୍ତ ହେଲା । ମେଡିକାଲର ଭିର୍ତ୍ତିଭୂମି ବିକାଶ ପାଇଁ ନୂତନ ଗୃହ, ପାଚେରୀ ଆଦି ଲକ୍ଷଲକ୍ଷ ଟଙ୍କା ସରକାରୀ ଅନୁଦାନରେ ନିର୍ମାଣ କରାଗଲା । ମାତ୍ର ବିଭାଗିୟ ଅବହେଳା ପାଇଁ ଆଜି ପର୍ଯ୍ୟନ୍ତ ଏଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇପାରିନାହିଁ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ.କ୍ଷୀତିଶ କୁମାର ନାୟକଙ୍କୁ ଏଥିନେଇ ପଚାରିବାରୁ ସେ କୁହନ୍ତି ବାଳମୁକୁଳି ଠାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟ ଅଗ୍ରଗତି ହୋଇଛି । ତେବେ କେବେ ଏହା କାର୍ଯ୍ୟକ୍ଷମ ହେବ ତାହା ଜିଲାସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶ ଅନୁଯାଇ ପାଳନ କରାଯିବ ବୋଲି କହିଛନ୍ତି । ତେବେ ଏହି ବିଳମ୍ବତା ପଛରେ ଜିଲା ସ୍ୱାସ୍ଥ୍ୟ ବିଭାଗର ଅବହେଳା ମନୋଭାବ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେଲେ ମାଁସଡା, କଲ୍ୟାଣପୁର, ରଣପୁର, ଫତେପୁର, ଟିଣା, ବାଛୋଳ, କପିଳା ଆଦି ପଞ୍ଚାୟତର ହଜାର ହଜାର ପରିବାର ଉପକୃତ ହୋଇ ପାରିବେ । ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସରକାର ତୁରନ୍ତ ଏଠାରେ ପ୍ରସ୍ତୁତ ହୋଇ ରହିଥିବା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଚଳ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।