ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜିଲ୍ଲାରେ ସମୀକ୍ଷା, ଗରମରୁ ରକ୍ଷା ନିମନ୍ତେ ନିର୍ବାଚନ କମିଶନଙ୍କ ଗୁରତ୍ୱ
ଛତ୍ରପୁର: ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଓ ଆଇନ ଶୃଙ୍ଖଳା ପରିସ୍ଥିତିର କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁ ବିହାରୀ ଧଳ ସମୀକ୍ଷା କରିବା ସହିତ ସାମ୍ବାଦିକଙ୍କ ସହିତ ଆଲୋଚନା କରି ସୁବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟ ର୍ନିବାଚନ ଅଧିକାରୀ ଶ୍ରୀ ଧଳ ·ରି ଗୋଟି ଜିଲ୍ଲାର ର୍ନିବାଚନ ପ୍ରସ୍ତୁତି ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ସମୟରେ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହୋଇଥିବା ଜଣାଇ ଚଳିତ ବର୍ଷର ର୍ନିବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅବାଧ ଓ ମୁକ୍ତ ନିର୍ବାଚନ ହୋଇପାରିବ ସେଥି ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ତଥା ର୍ନିବାଚନ ପର·ଳନା ଅଧିକାରୀଙ୍କୁ ପ୍ରସ୍ତୁତ ହୋବାକୁ ଅବଗତ କରିଥିଲେ । ଚଳିତ ବର୍ଷ ମଇ ମାସରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗରମ ପବନ, ବାତ୍ୟା ଭଳି ବିପଦ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଅବଗତ କରାଇଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ କୌଣସି କ୍ଷୟକ୍ଷତି ହେବ ନାହିଁ, ଜନଜୀବନ ସୁରକ୍ଷିତ ରହିବ ସେଥି ନିମନ୍ତେ ପୂର୍ବ ପ୍ରସ୍ତୁତି ସହ ଅଧିକ ସଚେତନତା ରହିବାକୁ ନିଦେ୍ର୍ଦଶ ଦେଇଥିଲେ । ବିଶେଷ କରି ଭୋଟର, ପୋଲିସ, ର୍ନିବାଚନ କାର୍ଯ୍ୟରେ ନିୟୋଜିତ ନିର୍ବାଚନ ଅଧିକାରୀ, କର୍ମ·ରୀ ସମସ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଭତ୍ତିରେ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଖାଦ୍ୟ, ପାନୀୟଜଳ, ବିଶ୍ରାମ ଦେବା ଦିଗରେ ଯତ୍ନବାନ ହେବାପାଇଁ କହିଥିଲେ । ଏହି ସଚେତନତା ବିଷୟରେ ନିର୍ବାଚନ ଅଧିକାରୀମାନଙ୍କ ପ୍ରଶିକ୍ଷଣ ସମୟରେ ଏହି ଦିଗରେ ସଚେତନ ରହିବାକୁ ନିଦେ୍ର୍ଦଶ ଦେଇଥିଲେ । ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଭୋଟର, ଭିନ୍ନକ୍ଷମ ଭୋଟର ଯେଉଁମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ନଯାଇ ଭୋଟଦେବାକୁ ଇଚ୍ଛା ପ୍ରକାଶ କରନ୍ତି ସେମାନଙ୍କୁ ଫର୍ମ ୧୨ (ଖ) ପୂରଣ କରି ବିଏଲ୍ଓଙ୍କୁ ଦେଇ ସେମାନଙ୍କ ଗୃହକୁ ଯାଇ ଭୋଟ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଦିନ ଏହିଭଳି ବ୍ୟକ୍ତି ବିଶେଷଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ଦେବା ନିମନ୍ତେ ସରକାରୀ ସୁବିଧାରେ ଯାନ ବାହାନରେ ନେବା ଆଣିବା କରାଯିବ । ଯେଉଁ ପୋଲିଂ ଅଧିକାରୀ, ପୁଲିସ୍ ଅଧିକାରୀ, ଡ୍ରାଇଭରମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ଭୋଟ ଦେଇପାରିବେ । କୌଣସିଠାରେ ନିର୍ବାଚନ ସମ୍ପର୍କିତ ଅପ୍ରିତିକର ପରିସ୍ଥିତି କିମ୍ବା ମଡେଲ କୋଡ ଅଫ୍ କଣ୍ଡକ୍ଟ ନିୟମ ଉଲଂଘନ ହେଉଥିଲେ ଇ-ଭିଜିଲ ଆପ୍ ମାଧ୍ୟମରେ କିମ୍ବା ୧୯୫୦ ହେଲ୍ପ ଲାଇନ୍ ରେ ନିଃଶୁଳ୍କ ଫୋନ୍ କରି ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗକାରୀଙ୍କ ନାମ ଓ ତାଙ୍କ ସମ୍ପର୍କରେ ସୂଚନା ଗୋପନ ରଖାଯାଇ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସମସ୍ତ ·ରିଗୋଟି ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସଠିକ୍ ଥିବା ଏବଂ କେଉଁ ଠାରେ ସାମାନ୍ୟ ପରିବର୍ତ୍ତନର ଅବଶ୍ୟକତା ରହିଛି ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ସମୀକ୍ଷା ବୈଠକରେ ହୋଇଯାଇଛି । ସମୀକ୍ଷା ବୈଠକରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ସେମାନଙ୍କ ପ୍ରଶିକ୍ଷଣ, ଇଭଇଏମ୍ ପରି·ଳନା, ଡିସ୍ପୋଜାଲ ସେଣ୍ଟର, ରିସିଭିଂ ସେଣ୍ଟର, ଭୋଟ ଗ୍ରହଣ କେନ୍ଦ୍ରର ସ୍ଥିତି, ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ସମସ୍ତ ବିଷୟରେ ସମୀକ୍ଷା କରାଯାଇଥିଲା ।
ବୈଠକରେ ଅତିରିକ୍ତ ମୁଖ୍ୟ ର୍ନିବାଚନ ଅଧିକାରୀ ଡଃ ଅନ୍ ତିରୁମାଲା ନାୟକ, ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ, ଡଜିଆଇ.ଜି୍ ତଥା ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ସାର୍ଥକ ଷଡଙ୍ଗୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ, କନ୍ଧମାଳ ଜିଲ୍ଲାପାଳ ଆଶୀଷ୍ ଇଶ୍ୱର ପାଟିଲ, ଗଜପତି ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନ, ଗାଞ୍ଜମ ଆରକ୍ଷୀ ଅଧୀକ୍ଷକ ଜଗ ମୋହନ ମୀନା ଓ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ୱାତୀ ଏସ୍ କୁମାର, ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଓ ସମସ୍ତ ଜିଲ୍ଲାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।