ଫାଙ୍କା ପଡ଼ିଛି ଚେୟାରମ୍ୟାନ ପଦବୀ : ନିର୍ବାଚନ ପାଇଁ  ସିପିଆଇଏମର ଦାବିପତ୍ର

 ନୀଳଗିରି : ନୀଳଗିରି ଏନ୍ଏସିରେ ଗତ ସେପ୍ଟେମ୍ବର ୨୦୨୪ରେ ଚେୟାରମ୍ୟାନ ଅନାସ୍ଥା ଭୋଟରେ ହାରିବା ପରେ ବର୍ତ୍ତମାନ ଏନ୍ଏସିରେ ଚେୟାରମ୍ୟାନ ପଦବୀ ଫାଙ୍କା ପଡିଛି । ଫଳରେ ଏନ୍ଏସିର ଉନ୍ନତି ପାଇଁ କୌଣସି କାର୍ଯ୍ୟ ହୋଇ ପାରୁନାହିଁ । ନିର୍ବାଚନ ଆଇନ୍ ଅନୁସାରେ, ଯେଉଁଠାରେ ଲୋକ ପ୍ରତିନିଧି ଆସ୍ଥା ଭୋଟରେ ହାରିବା କିମ୍ବା ମୃତୁ୍ୟବରଣରେ ପଦବୀ ଫାଙ୍କା  ହେବ, ସେଠାରେ ଛ ମାସ ଭିତରେ ନିର୍ବାଚନ ହେବା ପାଇଁ ନିର୍ବାଚନ କମିଶନର  ପଦକ୍ଷେପ ନେବା କଥା । କିନ୍ତୁ ନୀଳଗିରି ଏନଏସି କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ନିର୍ବାଚନ ନ କରି ନୀଳଗିରି ଲୋକଙ୍କୁ ଭୂତେଇବାକୁ ଚାହୁଁଛି । ଏହାକୁ ପ୍ରତିବାଦ କରି ନୀଳଗିରି ଏନ୍ଏସିରେ ଯାଥା ଶୀଘ୍ର ନିର୍ବାଚନ କରିବା ପାଇଁ ସିପିଆଇ (ଏମ)ନୀଳଗିରି ଆଞ୍ଚଳିକ କମିଟି ତରଫରୁ ଦଳର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦାବିପତ୍ର ଦିଆଯାଇଛି । ଏହାର ଏକକୀତା ନକଲ ଉପଜିଲ୍ଲାପାଳ ନୀଳଗିରିଙ୍କୁ ଦିଆଯାଇଛି । ଦାବିପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ରଂଜନ ସେନାପତିଙ୍କୁ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜ୍ୟୋତିର୍ମୟ ରାଉତ, ଗଙ୍ଗାଧର ମହାନ୍ତି, ହେମେନ୍ଦ୍ର ସେଠୀ, ଶୁଭ୍ର ଶାନ୍ତନୁ ନାୟକଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ ।