ଡୋକରୀ ଚଞ୍ଚରା ପରିଚାଳନାକୁ ନେଇ ବିବାଦ ନେଇ ଦୁଇ କମିଟି ସହ ପ୍ରଶାସନର ବୈଠକ

 କୋକସରା : ପ୍ରାକ୍ ଐତିହାସିକ ଯୁଗର ସ୍ୱାକ୍ଷର ବହନ କରୁଥିବା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଖଲିଗଡ଼ ପାଦଦେଶରେ ରହିଥିବା କଳାହାଣ୍ଡିର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ପରିଚାଳନାକୁ ନେଇ ଗତ ରାମନବମୀ ମହୋତ୍ସବ ପୂର୍ବରୁ ଅନେକ ବାଦ୍ ବିବାଦ ଦେଖାଦେଇଥିଲା । ଏମିତିକି ଦୁଇ କମିଟି ମଧ୍ୟରେ ଉପୁଜିଥିବା ବିବାଦ ପ୍ରଥମେ ଥାନା ଏବଂ ପରେ ଉଚ୍ଚ ନ୍ୟାୟାଳୟରେ  ମାମଲା ପହଞ୍ଚôଥିଲା । ପୂର୍ବରୁ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ ସମିତି ଡୋକରୀ ଚଞ୍ଚରା ପର୍ଯ୍ୟଟନସ୍ଥଳୀକୁ ପରିଚାଳନା କରିବା ସହ ବିଭିନ୍ନ ଯାନିଯାତ୍ରା କରି ଆସୁଥିବାବେଳେ ବିବାଦ ଦେଖାଦେବା ପରେ ପ୍ରଶାସନ ପକ୍ଷରୁ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ କମିଟି (ଇଟିଜି)କୁ ଗତ ରାମନବମୀ ଓ ଗୁଡହାଣ୍ଡି ମହୋତ୍ସବ ସମୟରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ କମିଟି ମଧ୍ୟ ସୁଚାରୁରୂପେ ମହୋସôବକୁ ସମ୍ପନ୍ନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଏହା ପରେ ମଧ୍ୟ ଉଭୟ କମିଟିର ବାଦ୍ ବିବାଦ ଲାଗି ରହିଛି । ଏହାକୁ ନେଇ ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶକ୍ରମେ ଗତ ବୁଧବାର କୋକସରା ବ୍ଲକ ସଭାଗୃହଠାରେ ପ୍ରଶାସନ ସହିତ ଦୁଇ କମିଟି ଡୋକରୀ ଚଞ୍ଚରା ଉନ୍ନୟନ ସମିତି ଓ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ କମିଟି (ଇଟିଜି) ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ସ୍ୱତନ୍ତ୍ର ଭାବରେ ଆଲୋଚନା ହୋଇଥିଲା । ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶକ୍ରମେ କଳାହାଣ୍ଡି ଏଡିଏମ୍ ତନ୍ମୟ ଦରୱାନ ବୈଠକର ଅଧ୍ୟକ୍ଷତା କରିଥିବାବେଳେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ଦକ୍ଷିଣ ବନଖଣ୍ଡ ବନାଞ୍ଚଳ ଅଧିକାରୀ ଭବାନୀଶଙ୍କର କାଉଁର, ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲାହାର ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ଉଭୟ କମିଟିର ସଦସ୍ୟଙ୍କୁ ପ୍ରଶାସନ ପକ୍ଷରୁ ନିଜ ନିଜ ମତାମତ ଲୋଡ଼ିଥିଲେ । ହେଲେ ଉଭୟ କମିଟି ପକ୍ଷରୁ ମତାମତ ରଖିବା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିଲା । ତେବେ ପରବର୍ତ୍ତୀ ସମୟରେ ଦୁଇ କମିଟି ପକ୍ଷରୁ ନିଜ ନିଜ ମଧ୍ୟରେ ଏକ ଆଲୋଚନା କରିବା ପରେ ଆଗକୁ ପ୍ରଶାସନ ସହିତ ପୁନଃବୈଠକ କରି ଏକ ନୂତନ କମିଟି ଗଠନ କରାଯିବା ନେଇ ଆଲୋଚନା ହୋଇଥିବା ଏଡିଏମ୍ ଶ୍ରୀଦରୱାନ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି । ତେବେ ବୈଠକରେ ଉଭୟ କମିଟିର ଶତାଧିକ ଲୋକେ ସାମିଲ ହୋଇଥିବାବେଳେ ଶୃଙ୍ଖଳିତ ଭାବେ ବୈଠକ ସରିଥିଲା ।