ଡ୍ୟାନ୍ସ ଏକାଡ଼େମୀର ରୌପ୍ୟଜୟନ୍ତୀ
ପୁରୀ : ପୁରୀ ଡ଼୍ୟାନ୍ସ ଏକାଡ଼େମୀର ରୌପ୍ୟଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଜୟନ୍ତୀ ଉସôବକୁ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଶ୍ରୀମନ୍ଦିର ପ୍ରଶାସକ ହେମନ୍ତ କୁମାର ପାଢୀ, ଶ୍ରୀମତୀ ଶ୍ୱେତପଦ୍ମା ଶତପଥୀ, ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ମଧୁସୂଦନ ସିଂହାରୀ, ଡ଼କ୍ଟର ହରିବଲ୍ଲଭ ମହାପାତ୍ର, ସତ୍ୟନାରାୟଣ ଗୁରୁ, ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଡ଼୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ଜଗନ୍ନାଥାଷ୍ଟକମ, ରାଧାରାଣୀ ସଙ୍ଗେ ନାଚନ୍ତୀ ମୁରଲୀପାଣି, ଦେଖଗୋ, ଗୀତ ଗୋବିନ୍ଦ, ସାରିବାରି ବିହାର ଆଦି ନୃତ୍ୟ ମାହାରୀ ଶୈଳୀରେ ପରିବେଷଣ କରାଯାଇଥିଲା । ଅତିଥି କଳାକାର ରୂପେ କୃଷ୍ଣମଣି କଳାପୀଠ, ଗୁରୁ ନର୍ତ୍ତନ, ନାଚଘର, ବୈଭବୀ କଳାକେନ୍ଦ୍ରର କଳାକାରମାନେ ପାରମ୍ପରିକ ଦେବଦାସୀ ମାହାରୀ ନୃତ୍ୟ ପରିବେଷଣ କରିଥିଲେ । ଏକାଡ଼େଢ଼ୀର ସଂପାଦକ ଗୁରୁ ନାରାୟଣ ପାଣ୍ଡେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।