ଓସିସି କାମ ଢିଲା, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଚାଷୀ    

   କାକଟପୁରରୁ ଆଦିତ୍ୟ କୁମାର ରାଉତ : କାକଟପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାଚୀ ନଦୀର ବାଜପୁର ଠାରେ ନିର୍ମିତ କୁଣ୍ଢେଇ ବ୍ୟାରେଜ  ଶିଳାନ୍ୟାସର ୧୫ ବର୍ଷ ପରେ ବି ସରୁନି କାର୍ଯ୍ୟ । କାର୍ଯ୍ୟକୁ ଠିକା ନେଇଥିବା ଓସିସି (ଓଡିଶା କନଷ୍ଟ୍ରକସନ କମ୍ପାନୀ)ର କାର୍ଯ୍ୟ ଢିଲା ବୋଲି ଅଭିଯୋଗ ହୋଇଛି । ଏଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଜଳସଂପଦ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ଶତାଧିକ ·ଷୀ । ଓସିସି ଉକ୍ତ କାର୍ଯ୍ୟକୁ ନିଜେ ନକରି ଏକାଧିକ ଠିକାଦାରକୁ ବ୍ୟାରେଜ କାର୍ଯ୍ୟ ଭାଗ ଭାଗ କରି ଦେଇଦେଇଛି । ବ୍ୟାରେଜ୍ କାର୍ଯ୍ୟର ଅବଧି ଆଜକୁ ୧୦ ବର୍ଷ ତଳୁ ଶେଷ ହେଲାଣି ।  କିନ୍ତୁ ଏବେବି ମନ୍ଥର ଗତିରେ ·ଲିଛି ବ୍ୟାରେଜ କାର୍ଯ୍ୟ । ସବୁଠାରୁ କୌତୁହଳର ବିଷୟ ହେଲା  ବ୍ୟାରେଜ କାର୍ଯ୍ୟ ଏଯାବତ ସଂପୂର୍ଣ୍ଣ ହୋଇନଥିଲେ ମଧ୍ୟ ଆଜକୁ ୩ ବର୍ଷ ତଳେ ଏହି ଅସଂପୂର୍ଣ୍ଣ ବ୍ୟାରେଜକୁ ତକ୍ରାଳୀନ ନିମାପଡା ଜଳସେଚନ ବିଭାଗ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ର ସେ ସମୟର ମନ୍ତ୍ରୀ  ତୁଷାର କାନ୍ତି ବେହେରାକୁ ଡାକି ବ୍ୟାରେଜର ଶୁଭଉଦଘାଟନ କରାଇନେଇଥିଲେ । ଖବରରୁ ପ୍ରକାଶ ଯେ,  କେନାଲ ତଳମୁଣ୍ଡରେ ପାଣି ପହଞ୍ଚି ପାରୁନଥିବାରୁ ୨୦୦୯ ମସିହାରେ ତକ୍ରାଳୀନ କୃଷିମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ରଘୁନାଥ ମହାନ୍ତି ପ୍ରାଚୀ ନଦୀର  ବାଜପୁର ଠାରେ କୁଣ୍ଢେଇ ବ୍ୟାରେଜ ର୍ନିମାଣ ପାଇଁ ଶିଳାନ୍ୟାସ କରିଥିଲେ । ନାବାର୍ଡ ସହାୟତାରେ ୧୪ କୋଟି ୪୮ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟ ବରାଦରେ ବ୍ୟାରେଜର  ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଥିଲା । ଲକ୍ଷ୍ୟ ଥିଲା ବ୍ୟାରେଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ବ୍ୟାରେଜର ଉଭୟ ପାଶ୍ୱର୍ରେ ମେଗା ଲିଫ୍ଟ ବସାଯାଇ ଲିପ୍ଟି ଯୋଗେ କାକଟପୁର ଓ କୁଣ୍ଢେଇ ଡିଷ୍ଟିବ୍ୟୁଟାରୀରେ ପାଣି ଛଡା ଗଲେ କେନାଲ ତଳ ମୁଣ୍ଡର ·ଷୀ ପର୍ଯ୍ୟାପ୍ତ ପରିମାଣର ପାଣି ପାଇପାରିବେ ।  ବିଶେଷକରି ବ୍ୟାରେଜ କାର୍ଯ୍ୟକ୍ଷମ ହୋଇଥିଲେ ବାଜପୁର ଠାରୁ ବେଳଙ୍ଗ ଓ କୁଣ୍ଢେଇ ଠାରୁ କଣିଆଁ ପର୍ଯ୍ୟନ୍ତ ଯାଇଥିବା କେନାଲ ତଳମୁଣ୍ଡର ·ଷୀମାନେ ଉପକୃତ ହୋଇପାରିଥାନ୍ତେ ।  ୨୦୦୯ ମସିହାରେ ଏହି ବ୍ୟାରେଜ କାର୍ଯ୍ୟ ଆରମ୍ଭ ହୋଇ ୨୦୧୪ ମସିହାରେ ଶେଷ ହେବା କଥା । କିନ୍ତୁ ବ୍ୟାରେଜ୍ କାର୍ଯ୍ୟର ଅବଧି ଆଜକୁ ୧୦ ବର୍ଷ ତଳୁ ଶେଷ ହୋଇଯାଇଥିବା ବେଳେ ଏଯାବତ ମାତ୍ର ବ୍ୟାରେଜର  ୬୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି । ବ୍ୟାରେଜ ନିକଟରେ ଜଳ ସଂରକ୍ଷଣ ରହିବା ପାଇଁ ବ୍ୟାରେଜ ଦୁଇ ପାର୍ଶ୍ୱରେ ଆଡ଼ିବନ୍ଧ ନିର୍ମାଣ ହୋଇନାହିଁ କି ବ୍ୟାରେଜର ଗେଟ ଖୋଲିବା କିମ୍ବା ବନ୍ଦ କରିବା ପାଇଁ ଏଯାବତ ବିଦ୍ୟୁତ ସଂଯୋଗ ହୋଇପାରିଲା ନାହିଁ । ବ୍ୟାରେଜର ଯେତିକି କାର୍ଯ୍ୟ ହୋଇଛି  ତାହା ଅତି ନିମ୍ନମାନର କାର୍ଯ୍ୟ  ବୋଲି  ଅଞ୍ଚଳବାସୀଙ୍କ ସହ ବହୁ ·ଷୀ ଅଭିଯୋଗ  କରିଛନ୍ତି । ୧୪ କୋଟି ୪୮ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟ ବରାଦରେ  ଆରମ୍ଭ ହୋଇଥିବା ଏହି ବ୍ୟାରେଜ କାର୍ଯ୍ୟ ପରବର୍ତ୍ତୀ ସମୟରେ ସଂଶୋଧିତ ବ୍ୟୟ ଅଟକଳ ବୃଦ୍ଧି ପାଇଁ ଏବେ ୫୧ କୋଟିରେ ପହଞ୍ଚି ଥିଲେ ସୁଦ୍ଧା ବ୍ୟାରେଜ କାର୍ଯ୍ୟ ଶେଷ ହେବାକୁ ଆଉ କେତେବର୍ଷ ଲାଗିବ ଏ ସଂକ୍ରାନ୍ତରେ କାକଟପୁର ଜଳସେଚନ ବିଭାଗ ସବଡିଭିଜନର ଅଧିକାରୀମାନଙ୍କୁ  ପ·ରିଲେ କିଛି ଉତ୍ତର ମିଳୁନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ହେଲା ଏଯାବତ ବ୍ୟାରେଜ କାର୍ଯ୍ୟ ଯେତିକି ପରିମାଣର ହୋଇଛି  ତାଠାରୁ ଅଧିକ ଟଙ୍କାର ବିଲ ନିମାପଡ଼ା ଜଳସେଚନ ବିଭାଗ ଡିଭିଜନ ଓସିସିକୁ ପୈଠ କରିଛି ବୋଲି ବିଭାଗର ଜନୈକ  ଅଧିକାରୀ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ବ୍ୟାରେଜ କାର୍ଯ୍ୟସ୍ଥଳ ନିକଟରେ ସୂଚନା ଫଳକ ଲଗାଯାଇନଥିବା ବେଳେ ଠିକା ନେଇଥିବା ସଂସ୍ଥାର ମର୍ଜିରେ ମନ୍ଥର ଗତିରେ ବ୍ୟାରେଜ କାର୍ଯ୍ୟ ·ଲିଛି । ବ୍ୟାରେଜ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ·ଷୀ ମହଲରେ ଦୃଢ ଦାବି ହୋଇଛି ।