ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ,ରତ୍ନଭଣ୍ଡାର ମରାମତି ନେଇ ଏଏସ୍ଆଇକୁ ଚିଠି
ାା ପ୍ରଭାନୁ୍ୟଜ୍ ।ା ପୁରୀ : ଶ୍ରୀ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ଗୁଣ୍ଡିଚା ଯାତ୍ରା ସମୟରେ ଆଡ଼ପମଣ୍ଡପକୁ ବିଜେ ସମୟରେ ପ୍ରଭୁ ବଳଭଦ୍ର ଚାରମାଳ ଉପରେ ମୁହଁମାଡ଼ି ପଡ଼ିଯିବା ଘଟଣାରେ ଭିଡ଼ିଓ ଫୁଟେଜ ସହ ସବୁ ଦିଗକୁ ନେଇ ଫୁଙ୍ଖାନୁପୁଙ୍ଖ ତଦନ୍ତ କରିବ ୩ଜଣିଆ ଗଠିତ କମିଟି । ଶ୍ରୀମନ୍ଦିରର ନାଟମଣ୍ଡପରେ ବାତାନୁକୁଳିତ ବ୍ୟବସ୍ଥା କରାଯିବା ସହ ମହିଳା, ଶିଶୁ, ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ । ଏଥିସହିତ ରତ୍ନଭଣ୍ଡାର ମରାମତି ନେଇ ଏଏସ୍ଆଇର ମହାନିଦେ୍ର୍ଦଶକଙ୍କୁ ପତ୍ର ଲେଖାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି । ଶୁକ୍ରବାର ପୂର୍ବାହ୍ନରେ ପରିଚାଳନା କମିଟି ବୈଠକ କମିଟିର ସଭାପତି ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ପିନାକ ମିଶ୍ର, ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର, ମାଧବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ କହିଥିଲେ ଯେ ପ୍ରଭୁ ବଳଭଦ୍ର ପହଣ୍ଡି ସମୟରେ ପଡ଼ିଯିବା ଘଟଣାରେ ତଦନ୍ତ ପାଇଁ ଗଠିତ ୩ଜଣିଆ କମିଟି ଯେଉଁ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି ତାହା ପୂର୍ଣ୍ଣାଙ୍ଗ ନୁହେଁ । ତେଣୁ ପୁନର୍ବାର ଆଲୋଚନା କରି ଏହି ଘଟଣା ପାଇଁ କେଉଁମାନେ ଦାୟୀ ତାହା କୁହାଯିବ । ପହଣ୍ଡି ସୁପରିଚାଳନା ପାଇଁ ବୈଠକରେ ୨ଟି ବିନ୍ଦୁ ଉପରେ ଆଲୋଚନା ହୋଇଥିଲା । ରଥ ଉପରେ କେତେଜଣ ସେବକ ରହିବେ ବାଡ଼ଗ୍ରାହୀ ତାହା ନିର୍ଦ୍ଧାରଣ କରିବେ । ଜିଲ୍ଲାପାଳ, ଏସ୍ପିଙ୍କୁ ନେଇ ପହଣ୍ଡି ସୁପରିଚାଳନା ।ପାଇଁ ୩ଜଣିଆ ପହଣ୍ଡି ସମନ୍ୱୟ କମିଟି ଗଠନ କରାଯିବ । ଛାଟେଣି ଭଲ କରି ବାନ୍ଧିବା ସହ ମୋଟ ୯ଟି ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବେଳେ ବୈଠକରେ ୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଶ୍ରୀ ପାଢୀ କହିଥିଲେ ଯେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୧୦୩ କୋଟି ଟଙ୍କାର ଏହା ହେଉଛି ବଳକା ବଜେଟ । ରାଜ୍ୟ ସରକାର ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପରମ୍ପରାର ଓ ସେବାପୂଜାକୁ ବ୍ୟାଘାତ ନକରି ଶ୍ରୀମନ୍ଦରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ବୈଠକରେ ବ୍ୟାପକ ଆଲୋଚନା କରାାଯାଇଛି । ନୀତି ସବ୍କମିଟି ବୈଠକ ନିୟମିତ ଭାବରେ କରାଯିବ । ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପାଢୀ ପ୍ରକାଶ କରିଥିଲେ । ଖୁବ୍ଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଓରସାକ ଦ୍ୱାରା ଜମିଜମା ସମସ୍ୟା ପାଇଁ ମ୍ୟାପିଂ ଓ ଡ଼ିଜିଟାଲାଇଜେସନ ହେବ ବୋଲି ମୁଖ୍ୟ ପ୍ରଶାସକ ପ୍ରକାଶ କରିଥିଲେ । ବୈଠକରେ ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ସହ ସେବାୟତ ପରିବାରର ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରୋସôାହନ ସଂପର୍କରେ ଆଲୋଚନା କରାଯାଇଥିଲା ।