ଘିଗିଡ଼ିଆ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ
କେନ୍ଦ୍ରାପଡା : ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମ ପଞ୍ଚାୟତର ଘିଗିଡ଼ିଆ ଠାରେ ଭାରତର ପୂର୍ବ କ୍ଷେତ୍ର ପ୍ରମୁଖ ଶ୍ରୀଯୁକ୍ତ ବିନୟ କୁମାର ଭୂୟାଁ,କେନ୍ଦ୍ରାପଡ଼ା ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଗୋଲଖ ଚନ୍ଦ୍ର ବେହେରା ଏବଂ ଧର୍ମ ଜାଗରଣ ଜିଲ୍ଲା ସଂଯୋଜକ ବିବେକାନନ୍ଦ ମହାରଣାଙ୍କ ସହ ସଂଯୋଜକ ଶ୍ରୀଯୁକ୍ତ ଶାଶଙ୍କ ଶେଖର ଜେନା ଓ ବିଧି ପ୍ରମୁଖ ଶାନ୍ତି ସ୍ୱରୂପ ଭୂୟାଁ, ଜିଲ୍ଲା ପ୍ରଶାସନିକ ପ୍ରମୁଖ ମାଧବ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ସମାଜସେବୀ ସରୋଜ ପରିଡା, ଉମେଶ ଦାସଙ୍କ ସମେତ କନ୍ତିଆ ମଠର ମଠାଧୀଶ ବାବା ସିଦ୍ଧାର୍ଥ ଶଙ୍କର ଦାସ ପ୍ରମୁଖ ମଧ୍ୟ ଘିଗିଡିଅ ଗ୍ରାମରେ ହେଉଥିବା ମହାଯଜ୍ଞ ପୂର୍ଣ୍ଣ ଆହୁ୍ୟତି କାର୍ଯ୍ୟକ୍ରମରେ ଯୋଗଦେଇ ଶତାଧିକ ଭକ୍ତ ମାନଙ୍କ ଗ୍ରହଣରେ ପ୍ରଭୁଙ୍କ ଆର୍ଶ୍ରିବାଦ ଭିକ୍ଷ୍ୟା କରିବା ସାଙ୍ଗେ ସାଙ୍ଗେ ମା ଲଷ୍ମୀ ଏବଂ ହନୁମାନଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।