ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ 

ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ 


ନୀଳଗିରି : ବାତ୍ୟା ‘ଦାନା’ ପାଇଁ ନୀଳଗିରି ପ୍ରଶାସନ ପକ୍ଷରୁ ଉତ୍ତର ଓଡିଶାର ଅନ୍ୟତମ  ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ୩ଦିନ ପାଇଁ ବନ୍ଦ ରଖାଯାଇଛି  । ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଶୈବପୀଠ ବନ୍ଦ କରାଯାଇଥିବା ବେଳେ ଏହି ଦିନମାନଙ୍କରେ ପର୍ଯ୍ୟଟକଙ୍କୁ ଭିତରକୁ ଛଡା ଯିବନାହିଁ ବୋଲି ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲାପାଳ ଶୁଭଶ୍ରୀ ରଥ କହିଛନ୍ତି  । କିନ୍ତୁ ଦୁଇଦିନ ବାତ୍ୟା "ଦାନା" ର ପ୍ରଭାବରେ ଶୈବ ପୀଠ ସ୍ଥଳୀ ବୁଡ଼ି ଜଳମଗ୍ନ ହୋଇଛି । ପୀଠ ସ୍ଥଳୀ ନିକଟ ପୁରୁଣା ପାର୍କିଙ୍ଗ ଷ୍ଟାଣ୍ଡ ଓ ମୁଖ୍ୟ ଫାଟକ ଆଗରେ ଏହି ବାତ୍ୟାରେ ଗଛ ଉପାଡ଼ି ପଡିଥିବା ବେଳେ ଟ୍ରଷ୍ଟ ବୋର୍ଡÿ ମ୍ୟାନେଜର ଶିଶିର କୁମାର ମିଶ୍ର ଙ୍କ ଉଦ୍ୟମରେ ଗଛ ସବୁ କଟାଯାଇ ରାସ୍ତା ପରିଷ୍କାର କରାଯାଇଛି ।