ଢେଙ୍କାନାଳ ମହାବିଦ୍ୟାଳୟରେ ବାର୍ଷିକ ବୈଠକ

 ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଇକୁ୍ୟଏସିର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ସାହୁ ସଭାପତିତ୍ୱ କରି ଆଭ୍ୟନ୍ତରୀଣ ଗୁଣବତ୍ତା ବର୍ଦ୍ଧନରେ ଅଧ୍ୟାପକ-ଅଧ୍ୟାପିକାମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ । ଆଇକୁ୍ୟଏସିର ସଂଯୋଜକ ଡ. ଦେବାଶିଷ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ  । ବୈଠକରେ ୨୦୨୪ ମସିହା ପାଇଁ ଏକୁ୍ୟଏଆର୍ ଓ ଏକାଡେମିକ ଅଡିଟ୍ ରିପୋର୍ଟ ଉପସ୍ଥାପିତ ହୋଇ ଅନୁମୋଦିତ ହୋଇଥିଲା  । ୨୦୨୩ -୨୪ ଶିକ୍ଷା ବର୍ଷର ଏକାଡେମିକ୍ ଅଡିଟ୍ରେ ଶ୍ରେଷ୍ଠ ତିନୋଟି ବିଭାଗ ଯଥା ରସାୟନ ବିଜ୍ଞାନ ବିଭାଗ, ବାଣିଜ୍ୟ ବିଭାଗ, କମ୍ପୁ୍ୟଟର ବିଜ୍ଞାନ ବିଭାଗକୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଆଗାମୀ ନାକ୍ ପରିଦର୍ଶନରେ ମହାବିଦ୍ୟାଳୟ କିପରି ଭଲ ପ୍ରଦର୍ଶନ କରିବ ସେ ଉପରେ ଆଲୋଚନା କରାଯାଇଥିଲା  । ଆଲୋଚନାରେ ପୁରାତନ ଛାତ୍ରସଂଘ ସଭାପତି ଡ. ଅଭୟ କୁମାର ପଣ୍ଡା, ସମ୍ପାଦକ ବିଶ୍ୱନାଥ ବେହେରା, ସ୍ଥାନୀୟ ପ୍ରତିନିଧି ଭାବେ ବିରଞ୍ଚô ନାରାୟଣ ପାଣି ଓ ଶିଳ୍ପ ପ୍ରତିନିଧି ଭାବେ ବିନୋଦ ଅଗ୍ରୱାଲ ଭାଗ ନେଇଥିଲେ  । ଏହି ସଭାକୁ ଓଡ଼ିଆ ବିଭାଗ ଅଧ୍ୟାପକ ରଶ୍ମି ରଞ୍ଜନ ନାୟକ, ସମ୍ବିତ କୁମାର ସାହୁ ପରିଚାଳନା କରିଥିଲେ । ଡ. ସୋମ୍ୟା ନନ୍ଦ, ଡ.ରବର୍ଟ ଉଇଲ୍ସନ୍ ଭାତ୍ରା, ରିୟାଜତ୍ ଖାଦିମ୍, ଶୁଭାଶିଷ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ  । ଶେଷରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ. ରଜନୀକାନ୍ତ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ  ।