ଶ୍ରମିକ ଦିବସ ପାଳିତ

ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଗଦାଧର ଦାସ, ସମ୍ପାଦକ ବିଜୟ ସାମଲ, ଉପସଭାପତି ଅଜିତ କୁମାର ସିଂହ, ସହ ସମ୍ପାଦକ ସହଦେବ ପାତ୍ରଙ୍କ ସହିତ ଠାକୁରମୁଣ୍ଡା ବ୍ଲକ ସଭାପତି ସୁଦାମ ଦେହୁରୀ, ନକୁଳ ତିଉବା ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସହକାରୀ ଯନ୍ତ୍ରୀ ସଦାଶିବ ବେହେରା, ଏପିଓ ବୀରବଲ ସିଂ, ଜିପିଓ ପ୍ରମୋଦ କୁମାର ନାୟକଙ୍କ ସହିତ ମାଙ୍କଡପଡା, ବିଶୋଳ, ଗୁଡୁଗୁଡିଆ ଓ ଦେବଳା ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ  ।
ନବରଙ୍ଗପୁର: 
ଆଜି ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଶ୍ରମିକମାନଙ୍କୁ ନେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଇନ ସଚେତନା ଶିବିର ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶ କ୍ରମେ ଆୟୋଜିତ ହୋଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର, ସଚିବ ସାଇ ଅଭୀପ୍ସା ଗୋଛାୟତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହାୟକ ଶ୍ରମ ଅଧିକାରୀ ସଂଗ୍ରାମ ଭୂୟାଁ, ବ୍ଲକ ଭାଇସ ଚେୟାରମ୍ୟାନ ସୁଶାନ୍ତ କୁମାର ବେହେରା, ବ୍ଲକ ସୋସିଆଲ ସିକିଉରିଟି ଅଫିସର ସୁବ୍ରତ କିଶାନ, ରାଜ କିଶୋର ନାଗ, ଉପ ମୁଖ୍ୟ ଆଇନ  ସହାୟତା ପରାମର୍ଶଦାତା ପ୍ରମୁଖ ଯୋଗ ଦେଇଥିଲେ । ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ସହାୟତା ବିଷୟରେ ଅବଗତ କରାଇଥିଲେ । ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭୀପ୍ସା ଗୋଛାୟତ ସଂଘଠିତ ଏବଂ ଅଣ ସଂଘଠିତ  ଶ୍ରମିକ କାର୍ଡ ବଣ୍ଟନ କରିଥିଲେ । ଏହି ଶିବିରରେ ଓଡିଶା  ଅଣସଂଗଠିତ ସାମାଜିକ ସୁରକ୍ଷ୍ୟା ବୋର୍ଡ ଅଧୀନରେ ୩୦ଜଣଙ୍କୁ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର, ମୃତୁ୍ୟ କାଳୀନ ସହାୟତା ବାବଦକୁ ୭ଜଣ ହିତାଧିକାରୀଙ୍କୁ ମୋଟ ଟଙ୍କା ୧୪ ଲକ୍ଷର ସହାୟତା, ଅନ୍ତିମ ସଂସ୍କାର ବାବଦକୁ ୩ ଜଣ ହିତାଧିକାରୀଙ୍କୁ  ମୋଟ ୧୫ ହଜାରେ ଟଙ୍କା, ବିବାହ ସହାୟତା ବାବଦକୁ ୧୦ ଜଣ ହିତାଧିକାରୀଙ୍କୁ ମୋଟ ୫ ଲକ୍ଷର ସହାୟତା ଟଙ୍କା, ମାତୃତ୍ୱ  ସୁବିଧା ବାବଦକୁ ୩ ଜଣ ହିତାଧିକାରୀଙ୍କୁ ମୋଟ ୩୦ ହଜାରେ ଟଙ୍କା, ଶିକ୍ଷା ଲାଭ ବାବଦକୁ ୭ଜଣ ହିତାଧିକାରୀଙ୍କୁ ମୋଟ ୩୫ ହଜାରେ ସହାୟତା ଟଙ୍କା ପ୍ରଦାନ କରାଯାଇଥିଲା । ଏହି ସଚେତନତା ଶିବିରରେ ଆଇନଜୀବି ରାଜ କିଶୋର ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରଯାଇଥିଲା ।
ବଲାଙ୍ଗିର: 
ବଲାଙ୍ଗିର ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ନେତୃତ୍ୱରେ ପ୍ରାୟ ୭ଶହ ଶ୍ରମିକ ଏକ ହୋଇ ଶୋଭାଯାତ୍ରା କରିଥିଲେ । ବଲାଙ୍ଗିର କଳାମଣ୍ଡଳରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ଭାଗରଥି ଛକ, ବିକ୍ରମ ଛକ, ସମଲେଶ୍ୱରୀ ମନ୍ଦିର ଛକ ଦେଇ କଳାମଣ୍ଡଳ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା । ପରେ କଳାମଣ୍ଡଳ ଠାରେ ସଂଘ ସଭାପତି ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ପୋ÷÷ରାଧ୍ୟକ୍ଷା ଲିକା ସାହୁ, ସମାଜସେବୀ ଦିଗାମ୍ବର ନାଏକ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ସାରଥି ପ୍ରଧାନ, ସଂପାଦକ ହରେକୃଷ୍ଣ ମହାନନ୍ଦ, କୋଷାଧ୍ୟକ୍ଷ ହରିବନ୍ଧୁ ଧରୁଆ, ମୁରଲି ମହାକୁର, ସୁରେଶ ମହାକୁର, କୃପା ମହାକୁର, ବିଜୟ ମହାନନ୍ଦ, ଅନିଲ ରଣା, ପ୍ରଶନ୍ନ ରଣା, ଅଭିମନ୍ୟୁ ନନ୍ଦ, ବାସୁ ପରିଡା, ଦେବ ଶଙ୍କର ବାଗ, ଦୁର୍ଯେ୍ୟାଧନ ବଗର୍ତ୍ତି, ସତ୍ୟ ବାଗର୍ତ୍ତି, ଗଜିନ ବଗର୍ତ୍ତି ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ତଥା ସହଯୋଗ କରିଥିଲେ ।

ନିଶ୍ଚିନ୍ତକୋଇଲି: ବିଶ୍ୱ ଶ୍ରମିକ ଦିବସ ଅବସରରେ ଓଡିଶା ଫରେଷ୍ଟ ଉଡ୍ ଏଗି୍ରକଲଚର ଆଣ୍ଡ ବିଲଡିଂ କନଷ୍ଟ୍ରକସନ୍ ୟୁନିୟନ (ଏଆଇଟିୟୁସି), ନିର୍ମାଣ ଶ୍ରମିକ ଓ ବିକେଏମ୍ୟୁ ସଂଘ ନିଶ୍ଚିନ୍ତକୋଇଲି ବ୍ଲକ କମିଟି ପକ୍ଷରୁ ରାମକୃଷ୍ଣପୁର ଠାରେ ଅବସ୍ଥିତ କଦମ୍ବବିହାରୀ ପୀଠସ୍ଥଳୀରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଶ୍ରମିକ ନେତା କଃ. ତ୍ରଲୋକ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପତାକା ଉତ୍ତୋଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଅତିଥି ଭାବେ ସିପିଆଇ ଜୋନାଲ କମିଟି ସଂପାଦକ କଃ. କଣ୍ଡୁରୀ ଚରଣ ପାତ୍ର, ସମ୍ମାନିତ ଅତିଥି ଭାବେ ବିକେଏମ୍ୟୁ ଜିଲ୍ଲା ସଭାପତି ଅରବିନ୍ଦ ପଣ୍ଡା, କଃ. ହିଂମାଶୁ ଶେଖର ଭୂୟାଁ, କଃ.ମାଗୁଣୀ ନାୟକ,କଃ. ଝରୀ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଆନେ୍ଦାଳନ ମାଧ୍ୟମରେ ଶ୍ରମିକମାନଙ୍କ ନାର୍ଯ୍ୟଦାବିର ସମାଧାନ କରାଯାଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ କଃ. ସନାତନ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
ନୀଳଗିରି:  
ଔପଦା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପଞ୍ଚଲିଙ୍ଗେଶ୍ୱର ଛକରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ନୀଳଗିରି ଅଞ୍ଚଳ କମିଟି ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ବରିଷ୍ଠ ବର୍ଷିୟାନ ସାଥି କୈଳାଶ ଚନ୍ଦ୍ର ପଣ୍ଡା ଲାଲ ପତାକା ଉତ୍ତୋଳନ କରିଥିବାବେଳେ ବରିଷ୍ଠ ସାଥି ତଥା ପୂର୍ବତନ ସରପଞ୍ଚ କରୁଣାକର ପରିଡା, ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ଜୋନ ସମ୍ପାଦକ ବିଜୟ କୁମାର ସ, ଜିଲ୍ଲା କମିଟି ମେମ୍ବର ତଥା ସରପଞ୍ଚ ପୁରୁଷତ୍ତମ ସେଠି, ନାରୀ ନେତ୍ରୀ ଗାୟତ୍ରୀ ପଣ୍ଡା, ଯୁବ ନେତା ନିହାର ରଞ୍ଜନ ଜେନା, ଲଷ୍ମୀଧର ସ, ମାୟାଧର ପଣ୍ଡା, ପଞ୍ଚାନନ ଦାସ, ବାସୁଦେବ ଜେନା, ହରେକୃଷ୍ଣ ରାଉତ ପ୍ରମୁଖ ୩୦ରୁ ଊଦ୍ଧ୍ୱର୍ ସାଥି ଉପସ୍ଥିତ ରହିଥିଲେ ।  ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ ସାରା ବିଶ୍ୱରେ ଆଜି ଶ୍ରମିକ ମାନଙ୍କ ହକର ଲଢେଇର ସଫଳତା ପାଇଁ ଲାଲ ପତାକା ତଳେ ସମସ୍ତ ଶ୍ରମିକ ଏକ ହୋଇଥିବା ଏବଂ ବିଶ୍ୱର ୩୫ରୁ ଅଧିକ ଦେଶରେ କମୁ୍ୟନିଷ୍ଟପାର୍ଟି   ସରକାର ଗଠନ କରିଛନ୍ତି ବୋଲି ଉଦ୍ବୋଧନ ଦେଇଥିଲେ । ଅନୁରୂପ ବାଉଁଶ ବଣିଆ ପଞ୍ଚାୟତର ପାଟପୁର ବଜାରରେ ବରିଷ୍ଠ ସାଥି ବାଉଳି ବେହେରା ଲାଲ ପତାକା ଉତ୍ତୋଳନ କରିଥିବା ବେଳେ ସଖା ସମ୍ପାଦକ ହରେକୃଷ୍ଣ ପଣ୍ଡିତ, ନଟବର ନାୟକ, ନିରଂଜନ ଜେନା ଉପସ୍ଥିତ ଥିବା ବେଳେ ଦକ୍ଷିଣ ନରସିଂହପୁର ପଞ୍ଚାୟତରେ ବରିଷ୍ଠ ସାଥି ଶ୍ରୀଧର ନାଥ ଲାଲ ପତାକା ଉତ୍ତୋଳନ କରିଥିଲେ ।
ତାଳଚେର:  
ତାଳଚେର ମହାନଦୀ କୋଇଲା ଖଣି ଠିକାଶ୍ରମିକ କଂଗ୍ରେସ୍ ପକ୍ଷରୁ ଡ଼େରା ଓଭରବି୍ରଜ୍ ସ୍ଥିତ ଶ୍ରମିକ ଭବନ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ସଭାପତି ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ତାଳଚେର କୋଇଲା ଖଣି ଅଂଚଳ ଓ କଳକାରଖାନା ଗୁଡ଼ିକରେ ଅନେକ ଠିକା ଶ୍ରମିକ ରାଜ୍ୟ ତଥା ଜିଲ୍ଳା ବାହାରୁ ଆସି କାର୍ଯ୍ୟ କରୁଛନ୍ତି । ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି କି, ଠିକାଦାର ଓ କମ୍ପାନୀ ଗୁଡ଼ିକରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ପରିଚୟ ପ୍ରଦାନ କରାଯାଉ, ପୋଲିସ୍ ଭେରିଫକେସନ୍ ରିର୍ପୋଟ ନରଖି ନିଯୁକ୍ତି ଦିଆଯାଉଛି । ସେମାନେ ତାଳଚେରର ବିଭିନ୍ନ ସ୍ଥାନରେ ଘର ଭଡ଼ାସୂତ୍ରରେ ନେଇ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟ କରୁଛନ୍ତି ଯାହାକି, ଏହା ଅତି ଉଦ୍ବେଗ ଜନକ ବିଷୟ । ୟୁନିୟନ ପକ୍ଷରୁ ଜିଲ୍ଳା ଆରକ୍ଷୀ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଏସମ୍ପର୍କରେ ମହାନଦୀ କୋଇଲା ଠିକାଶ୍ରମିକ ସଭାପତି ଶ୍ରୀ ସାହୁ  ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକାଂଶ ଶ୍ରମିକଙ୍କର ସିଏସ୍ପିଏଫ୍ ଦରମାରୁ କଟାଯାଉଛି । ମାତ୍ର ସିଏସ୍ପିଏଫ୍ କାର୍ଯ୍ୟାଳୟରେ ଏହା ଜମା କରଯାଉନାହିଁ । ଶ୍ରମିକମାନେ ଏବାବଦରେ ସିଏସ୍ପିଏଫ ନମ୍ବର ଓ ସ୍ଲିପ୍ ପାଉନାହାନ୍ତି । ଏମସିଏଲରେ କାର୍ଯ୍ୟରତ ଠିକାଶ୍ରମିକମାନେ ବହୁ ହଇରାଣ ହରକତ ହେଉଛନ୍ତି । ସେହିଭଳି ଇଏସ୍ଆଇ କାର୍ଡ଼ ମଧ୍ୟ ଶ୍ରମିକମାନେ ପାଉନାହାନ୍ତି । ତେଣୁ ତାଳଚେର ମହାନଦୀ କୋଇଲା ଖଣି ଠିକାଶ୍ରମିକ କଂଗ୍ରେସ୍ ପକ୍ଷରୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟକୁ ଏସମସ୍ୟା ଦିଗରେ ଅବଗତ କରାଯିବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି । ଏହି ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ୟୁନିୟନର କର୍ମକର୍ତ୍ତା ଦିନେଶ ତି୍ରପାଠୀ, ଶରତ ନାଏକ, ସନ୍ତୋଷ ସିଂ, ବାଉରୀ ପ୍ରଧାନ, ଗିରିଶ ଚନ୍ଦ୍ର ସାହୁ, ଗଣପତି ସାହୁ, ଦିଲ୍ଲୀପ ମହାପାତ୍ର, ପ୍ରବୀଣ ଦାସ ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ । ସମ୍ପାଦକ ପ୍ରଭାତ କୁମାର ରଥ ଉପସ୍ଥିତ ସମସ୍ତ ଶ୍ରମିକମାନଙ୍କୁ ଶ୍ରମିକ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।
ବାଲେଶ୍ୱର:  
ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଜିଲ୍ଲାର ୫୦ବର୍ଷରୁ ଊଦ୍ଧ୍ୱର୍ ଅଗ୍ରଣୀ ଶ୍ରମିକ ସଂଗଠନ ଟ୍ରେଡ଼୍ ୟୁନିୟନ୍ ଏସୋସିଏସନ୍ କୋର୍ଡ଼ିନେସନ୍ କମିଟି (ଟିୟୁଏସିସି) ପକ୍ଷରୁ ସହରର ଗାନ୍ଧୀସ୍ମୃତି ଭବନ ସମ୍ମୁଖ ପ୍ରାଙ୍ଗଣ ଠାରେ ଏକ ବିଶାଳ ଶ୍ରମିକ ସମାବେଶ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଟିୟୁଏସିସିର ସଭାପତି ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶ୍ରମିକ ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ମତବ୍ୟକ୍ତ କରିଥିଲେ କି ଦେଶ ଓ ଜାତିର ନିର୍ମାଣ କ୍ଷେତ୍ରରେ ଶ୍ରମିକ ଶ୍ରେଣୀର ଅବଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଦେଶର ଶ୍ରମିକଶ୍ରେଣୀ ସ୍ୱାଧୀନତା ପୂର୍ବରୁ ଏଯାବତ୍ ଦୀର୍ଘକାଳୀକ ଲଢ଼େଇ କରି ଯେଉଁସବୁ ୪୪ ଗୋଟି ଶ୍ରମିକ କଲ୍ୟାଣକାରୀ ଆଇନ୍ ବା ସୁବିଧାସୁଯୋଗ ହାସଲ କରିଥିଲେ, ତାହା ଆଜି ପ୍ରତ୍ୟାହୃତ ହେବାକୁ ଯାଉଛି । ତା’ ବିରୁଦ୍ଧରେ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ସଂଗ୍ରାମରେ ଅବତୀର୍ଣ୍ଣ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଏହି ସଭାରେ ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସିଆଇଟିୟୁର ନେତା ଶିଶିର ହୁଇ, ଆଇଏନ୍ ଟିୟୁସିର ନେତା ସୁରେଶ ଚନ୍ଦ୍ର ବେେହେରା, ମଇଦିବସ ପାଳନ କମିଟିର ସମ୍ପାଦକ ଶ୍ୟାମସୁନ୍ଦର ଜେନା ଟିୟୁଏସିସିର ଉପାଧ୍ୟକ୍ଷ ଶାନ୍ତନୁ ଦାସ ଓ ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନା, ପୂର୍ବତନ ବିଧାୟକ ସ୍ୱରୂପ ଦାସ ଓ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ବକ୍ତବ୍ୟ ଦେଇ ମଇ ଦିବସର ତାତ୍ପର୍ଯ୍ୟ ଓ ଶ୍ରମିକ ଶ୍ରେଣୀ ଉପରେ ଡବଲ୍ ଇଞ୍ଜିନ୍ ସରକାରର ଆକ୍ରମଣ ସମ୍ପର୍କରେ ସୂଚନା ଦେଇଥିଲେ । ଟିୟୁଏସିସିର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସେହିପରି ବାଲେଶ୍ୱର ପୌରପରିଷଦ କାର୍ଯ୍ୟାଳୟ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ବିଷ୍ଣୁଚରଣ ମହାନ୍ତି ଲାଲ୍ ପତାକା ଉତ୍ତୋଳନ କରିଥିଲେ । ଟିୟୁଏସିସିର କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶୋଭାଯାତ୍ରା ଓ ସାଧାରଣ ସଭା ପରିଚାଳନାରେ ସର୍ବଶ୍ରୀ ବରିଷ୍ଠ ସମାଜସେବୀ ଦାମୋଦର ନାୟକ, ପ୍ରେମରଞ୍ଜନ ପାତ୍ର, ଦୁକୁଲ ଚନ୍ଦ୍ର ଘଡ଼ାଇ, ଉମାକାନ୍ତ ଦାସ, ନିରଞ୍ଜନ ଦାସ, ଯତୀନ୍ ପାତ୍ର, ହରପି୍ରୟା ଜେନା, ବନ୍ଦନା ପାତ୍ର, ଶରତ ଚନ୍ଦ୍ର ଦଳେଇ, ରାଜକିଶୋର ଲେଙ୍କା, ଦେବବ୍ରତ ଜେନା ଓ ସୁବ୍ରତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
କପ୍ତିପଦା: 
କପ୍ତିପଦା ବ୍ଲକ ଅଞ୍ଚଳର ଗ୍ରାମ ସଂଯୋଜକ ମେଟ୍ ମହାସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି  ।