ଦଲାଲଙ୍କ କବ୍ଜାରେ ସରକାରୀ ଜମି


ଓଡାପଡା : ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲ ପାଲଟିଛି ଏବେ ଜମି ଦଲାଲମାନଙ୍କର ପେଣ୍ଠସ୍ଥଳୀ । ମାଫିଆମାନେ ଦଲାଲମାନଙ୍କୁ ହାତ କରି ଲୁଟି ଚାଲିଛନ୍ତି ଶହ ଶହ ଏକର ଜାଗା । କାଗଜପତ୍ରରେ ଅଳ୍ପ କିଛି ଜାଗା କିଣି ମାଡ଼ିବସିଛନ୍ତି ଏକର ଏକର ଜାଗା । ଯାହାକି ଜମିଦୁର୍ନୀତିର ରୋଚକ ତଥ୍ୟ ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି । ଓଡାପଡା ତହସିଲ ଗଦାଶିଳା ରାଜସ୍ୱ ଅଧୀନରେ ଥିବା ଅଙ୍କରାନ୍ତିପୁର ମୌଜାରେ ଜମି କିଣାବିକାରେ ଦୁର୍ନୀତି ଆଜି ପଦାକୁ ଆସିଛି । ଜମି ଦଲାଲମାନେ ଚିÿହ୍ନଟ ବଦଳେଇ ତ କେତେବେଳେ ଉତ୍ତରାଧିକାରୀରେ ଭୁଲ ତଥ୍ୟ ଦେଇ ବିକ୍ରି କରି ଚାଲିଛନ୍ତି ବହୁ ଜାଗା । ପନ୍ଦର ବର୍ଷ ତଳୁ ବିକ୍ରି କରାଯାଇଥିବା ଜାଗାକୁ ପୁଣି ଥରେ ୨୦୧୯ରେ ଆଉ ଥରେ ପଟ୍ଟା କରାଯାଇଛି । ଚିÿହ୍ନଟକୁ ବାରମ୍ବାର ବଦଳାଇ ବିକ୍ରି କରିଚାଲିଛନ୍ତି ସରକାରୀ ଜାଗା । ଦଲାଲମାନେ ତହସିଲ କାର୍ଯ୍ୟାଳୟର ବଡବଡିଆ କର୍ମଚାରୀଙ୍କୁ ଧରି ଦାମୀ ଉପହାର ଦେଇ ଉଭୟଙ୍କ ମିଲିଭଗତରେ ଲୁଟିଚାଲିଛନ୍ତି ଏକର ଏକର ସରକାରୀ ଜମି । ଅଙ୍କରାନ୍ତିପୁର ମୌଜାରେ ଥିବା ୩୫୨/୨୭୬୦, ୩୫୨/୨୮୦୩, ୩୫୨/୨୭୫୮ ଏବଂ ଅନେକ ଜାଗାର ଚିÿହ୍ନଟ ପରିବର୍ତ୍ତନ କରି ଚାଲିଛି ଜାଗା ବିକ୍ରି । ଏହି ଚିÿହ୍ନଟ ହୋଇଥିବା ସମସ୍ତ ପ୍ଲଟ ପୂର୍ବରୁ ବିକ୍ରି ସାରିଥିବା ସତ୍ତ୍ୱେ ଏବେ ପୁନର୍ବାର ଏହି ପ୍ଲଟକୁ ଚିÿହ୍ନଟ ଦିଆଯାଇ ଏଥିରୁ ଡବଲ ପଟ୍ଟା ବାହାର କରାଯାଇ ସରକାରୀ ଜାଗାରେ  ପାଚେରୀ ବୁଲାଯାଉଛି । ଯାହାର ସମ୍ପୂର୍ଣ୍ଣ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଧରାପଡ଼ିଛି । ସାଧାରଣ ଲୋକଙ୍କ ପୁଳାପୁଳା ଅଭିଯୋଗ ଖତ ଖାଉଥିବା ସତ୍ତ୍ୱେ ତହସିଲ କାର୍ଯ୍ୟାଳୟରେ ବଢ଼ି ଚାଲିଛି ଦଲାଲମାନଙ୍କ ପ୍ରାଦୁର୍ଭାବ । ଏଠି ଦଲାଲମାନଙ୍କୁ ଗୁରୁତ୍ୱ ଦେବା ସହ ସାଧାରଣ ଲୋକଙ୍କୁ ନ୍ୟାୟ ପାଇଁ କେବଳ ଦିନ ଗଡି ଚାଲିଛି । ୩୫୨ ନମ୍ବର ପ୍ଲଟରେ କିଛି ବ୍ୟକ୍ତିଙ୍କର ଦୁଇ ଦୁଇଟି ଆଧାର କାର୍ଡ ବ୍ୟବହାର ଦେଖିବାକୁ ମିଳିଛି । ନକଲି ପରିଚୟ ପତ୍ର ଏବଂ ଦୁଇ ଦୁଇଟି ପରିଚୟ ପତ୍ର ବ୍ୟବହାର କରାଯାଇ ତଞ୍ଚକତା ସହ ଜାଲି ପଟ୍ଟା ହେଇଥିବାର ନଜର ଯାହାକି ସୂଚନା ଅଧିକାର ଆଇନ ବଳରେ ଧରାପଡ଼ିଛି ।