ତପସ୍ୟା ଧାମରେ ରକ୍ଷା ବନ୍ଧନ ଉତ୍ସବ 

ଆସିକା : ଆସିକା କଳିଙ୍ଗା ରୋଡ ରେ ଥିବା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସପ୍ତାହ ବ୍ୟାପି ରକ୍ଷା ବନ୍ଧନ ଉସôବ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ ଉସôବ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ତପସ୍ୟା ଧାମର ଲିଲି ଭଉଣୀଙ୍କ ସଂଯୋଜନା ରେ ବଣିକ ସଙ୍ଘର ସମ୍ପାଦକ ସିମାଞ୍ଚଳ ପରିଡା, କାଉନସିଲର ସୁଜାତା ପରିଡା, ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ପାଣିଗ୍ରାହୀ, ରଶ୍ମିତା ସାବତ, ମନୋଜ କୁମାର, ସତ୍ୟ ପାତ୍ର, ଶିବ ପାତ୍ର ପ୍ରମୁଖ ଉପସ୍ଥିତଥିଲେ । ପବିତ୍ର ରକ୍ଷା ବନ୍ଧନ ର ଗୁରୁତ୍ୱ, ମହତ୍ୱ, ତାତ୍ପର୍ଯ୍ୟ ଅପରେ ବକ୍ତା ମାନେ ମତ ରଖିଥିଲେ । ଏହି ସ୍ନେହ ମିଳନ କାର୍ଯ୍ୟକ୍ରମ ରେ ଅଂଚଳର ବହୁ ଆଗ୍ରହୀ ଅଧ୍ୟାତ୍ମିକ ଭାଇ ଭଉଣୀମାନେ ଯୋଗ ଦେଇ ଶିବ ବାବାଙ୍କ ସମ୍ମୁଖରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ସ୍ନେହ ମିଳନ ରେ ତପସ୍ୟା ଧାମର ମନୋଜ ବିଶ୍ୱାଳ, ସୁଦାମ ବିଶ୍ୱାଳ, କୈଳାସ ପୋଲାଈ, ପ୍ରେମଳତା ପ୍ରଧାନ, ସାଗରୀକା ପ୍ରଧାନ, ଏସ. ସୁଲତା, ଉର୍ମିଳା ଏବଂ ଭୀମସେନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।