‘ଘରେ ଘରେ ତ୍ରିରଙ୍ଗା : ଘରେ ଘରେ ସ୍ୱଚ୍ଛତା’ କାର୍ଯ୍ୟକ୍ରମ 

 କାକଟପୁର: କାକଟପୁର ବ୍ଲକ ଅଧିନସ୍ଥ କାକଟପୁର ଗ୍ରାମ ପଞ୍ଚାୟତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ଅଗଷ୍ଟ ୮ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘରେ ଘରେ ତୀରଙ୍ଗା ଓ ଘରେ ଘରେ ସ୍ୱଚ୍ଛତାର ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଏକ ରାଲି ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଅଙ୍ଗନବାଡି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ ମାନେ ଏକ ଶୋଭାଯାତ୍ରାରେ ବାହାରି କାକଟପୁର ବଜାର ପରିକ୍ରମା କରିଥିଲେ । ଗ୍ରାମ ସ୍ୱଚ୍ଛ ରହିଲେ ରାଜ୍ୟ ଓ ଦେଶରେ ସ୍ୱଚ୍ଛତାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ବୋଲି ସ୍ଥାନୀୟ ସରପଞ୍ଚ ଅଭୟ କୁମାର ସେଠୀ ଉପସ୍ଥିତ ଜନତାଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ।