ପ୍ୟାନେଲ ଓକିଲଙ୍କ ତାଲିମ ଶିବିର

 ଜୟପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଦ୍ୱାରାଜିଲ୍ଲା ଜଜ୍ ପ୍ରଦୀପ ମହନ୍ତଙ୍କ ତତ୍ୱାବଧାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ସଭାଗୃହ ଠାରେ ପ୍ୟାନେଲ ଓକିଲଙ୍କ ନିମନ୍ତେ ତିଲିମ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ କୋରାପୁଟ ଜିଲ୍ଲାର ସମସ୍ତ ତାଲୁକା ଓ ଜିଲ୍ଲା  ପ୍ୟାନେଲ ଓକିଲ ମାନେ ଅଂଶଗ୍ରହଣ କରିଥିଲେ । ଏହି ତାଲିମ ଶିବିରକୁ  ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବାପ୍ରାଧିକରଣ ଆନୁଷ୍ଠାନିକ ଭାବରେ ଦୀପପ୍ରଜଳନ କରି ତାଲିମ ଶିବିର ଆରମ୍ଭ କରିଥିଲେ । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ପ୍ରଦ୍ୟୋମୟୀ ସୁଜାତା, ରେଜିଷ୍ଟ୍ରାର ସିଭିଲ କୋର୍ଟ ବିଷ୍ଣୁ ପ୍ରସାଦ ଦେବତା ଏବଂ ତାଲିମ ପରାମର୍ଶଦାତା ଭାବରେ ଆଇନଜୀବୀ ହେମନ୍ତ ସଡଙ୍ଗି ଏବଂ ଏପିପି ଆକମଲ ଶରିଫ ଯୋଗଦେଇ ପ୍ୟାନେଲ ଓକିଲ ମାନଙ୍କ ଭୂମିକା କାର୍ଯ୍ୟକାରିତା ଅଧିକାର ଦାୟିତ୍ୱ ଗ୍ରାହକଙ୍କ ସହିତ ଯୋଗାଯୋଗ ଏବଂ ପରାମର୍ଶ ଗିରଫ ବ୍ୟକ୍ତିଙ୍କ ଜାମିନ ଆବେଦନ ବିଷୟରେ ତାଲିମି ପ୍ରଦାନ କରାଯାଇଥିଲା ।