ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ
ଅନୁଗୁଳ : ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାନ ସଭାର ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ଅନଲାଇନ ମାଧ୍ୟମରେ ସୁବିଧା ଓ ଏନକୋର ପୋର୍ଟାଲ ଜରିଆରେ ପ୍ରାର୍ଥି ନାମାଙ୍କନ ଦାଖଲ ପ୍ରକ୍ରିୟାକୁ ନେଇ ଏକ ପ୍ରଶିକ୍ଷଣ ବୈଠକ ଆଭାସି ମାଧ୍ୟମରେ ଜିଲ୍ଲା କାର୍ଯ୍ୟଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ପ୍ରଶିକ୍ଷଣ ବୈଠକରେ ସୁବିଧା ଅନଲାଇନ ପୋର୍ଟାଲ ଯୋଗେ ଆଶାୟୀ ପ୍ରାର୍ଥୀମାନଙ୍କ ନାମାଙ୍କନ ଦାଖଲ କରିବା ପ୍ରକ୍ରିୟା ଓ ଏନକୋର ପୋର୍ଟାଲ ଯୋଗେ ସେମାନଙ୍କ ନାମାଙ୍କନ ଦସ୍ତାବିଜ୍କୁ ଯାଞ୍ଚକରିବା ପ୍ରକ୍ରିୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ପ୍ରତି ନିର୍ବାଚନ ଅଧିକାରୀଙ୍କ ବୈଷୟିକ ଟିମ୍ ମଧ୍ୟ ଯୋଗ ଦେଇଥିଲେ । ସୂଚନା ଥାଉ କି, ଅନୁଗୋଳ ଜିଲ୍ଲାରେ ଆସନ୍ତା ମଇ ୨୫ ତାରିଖରେ ମତଦାନ ହେବ । ଚଳିତ ମାସ ୨୯ରେ ବିଧିବଦ୍ଧ ଭାବେ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ । ସେହିପରି ନାମାଙ୍କନର ଶେଷ ତାରିଖ ୬ ମଇ ହୋଇଥିବା ବେଳେ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ୯ ମଇ ରହିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଅନୁଗୋଳର ଅଧ୍ୟକ୍ଷ ସୁବ୍ରତ ·ଟାର୍ଜୀ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।