ତମାଖୁମୁକ୍ତ ଯୁବ ଅଭିଯାନରେ ଓଡ଼ିଶାକୁ ଜାତୀୟ ପୁରସ୍କାର
ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗହ୍ୱର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ଓ ସମ୍ମାନପତ୍ର ଦିଲ୍ଲୀ ସ୍ଥିତ ଏମ୍ସରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟ ପରାମର୍ଶଦାତାଙ୍କ ଦ୍ୱାରା ଗ୍ରହଣ କରାଯାଇଛି ।
ସେହିପରି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ (ସେପ୍ଟେମ୍ବର–ନଭେମ୍ବର ୨୦୨୪, ୬୦ ଦିନ ପାଇଁ )ରେ ଓଡିଶାକୁୁ ସର୍ବଶ୍ରେଷ୍ଠ କାର୍ଯ୍ୟକୁଶଳ ରାଜ୍ୟ ଭାବେ ଚୟନ କରାଯାଇ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ, ରାଜ୍ୟର ଯୁବଶକ୍ତିଙ୍କ ଦ୍ୱାରା ସମାଜରେ ତମାଖୁ ବ୍ୟବହାରର କୁପ୍ରଭାବ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ସଫଳ ପ୍ରୟାସ ପାଇଁ ପ୍ରଦାନ କରାଯାଇଛି । ଏହି ସମ୍ମାନ ମୁଖ ସ୍ୱାସ୍ଥ୍ୟ ସେବାକୁ ଗାଁରୁ ସହର ସବୁ ସ୍ତରରେ ପହଞ୍ଚାଇବା ପାଇଁ ଓଡିଶା ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି । ସ୍ୱାସ୍ଥ୍ୟ ବିଭାଗର ସମଗ୍ର ସ୍ୱାସ୍ଥ୍ୟ ପ୍ରଣାଳୀକୁ ସୁଦୃଢ଼ କରିବାରେ ନିରନ୍ତର ପ୍ରୟାସ ପାଇଁ ରାଜ୍ୟ ଜାତୀୟ ସ୍ତରରେ ପ୍ରଶଂସା ପାଇଛି ।