ଆଇଟିଆଇ ଉନ୍ନତିକରଣ ପାଇଁ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳ୍ପୋଦ୍ୟୋଗୀ ଓ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚÿସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ ହୋଇଯାଇଛି  । 
ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା (ଏମ୍ଏସଡିଇ)ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି କର୍ମଶାଳାରେ ହବ୍-ଏଣ୍ଡ-ସ୍ପୋକ ମଡେଲ୍ ମାଧ୍ୟମରେ ୧୦୦୦ ଆଇଟିଆଇକୁ ଅପଗ୍ରେଡେସନ କରିବା ତଥା ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା  । ଶିଳ୍ପ ଅଂଶଗ୍ରହଣ ହେଉଛି ଯୋଜନାର ମୂଳଦୁଆ, ଯାହା ଦକ୍ଷତାକୁ ଆକାଂକ୍ଷୀ, ଶିଳ୍ପ-ସମନ୍ୱିତ ଏବଂ ଫଳାଫଳ ସମର୍ଥ କରିପାରବ ବୋଲି ଏମ୍ଏସଡିଇର ସଚିବ ରଜିତ ପୁନ୍ହାନି ଗୁରୁତ୍ୱାରୋପ କରିଥିଲେ । ଏମ୍ଏସଡିଇର ଅତିରିକ୍ତ ସଚିବ ସୋନାଲ ମିଶ୍ର ଯୋଜନାର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ ଏବଂ ମହତ୍ୱାକାଂକ୍ଷୀ କ୍ଷେତ୍ରଗୁଡିକର ଚାହିଦା ପୂରଣ କରିବା ପାଇଁ ଦୃଢ ସରକାରୀ ଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଆହ୍ୱାନ କରିଥିଲେ  ।
ଓଡିଶାର ପ୍ରସ୍ତୁତି ଉପରେ ଆଲୋକପାତ କରି, ଦକ୍ଷତା ବିକାଶ