ତଲାସି ଅଭିଯାନ ବେଳେ ଡମ୍ପ ଠାବ, ଅନେକ ମାଓସାମଗ୍ରୀ ଜବତ
ମାଲକାନଗିରି : ମାଓ ଦମନ ପାଇଁ ଜାରିଥିବା ତଲାସି ଅଭିଯାନ ବେଳେ ମାଓବାଦୀଙ୍କ ଔଷଧୀୟ ଓ ଅତ୍ୟାଧୁନିକ ଚିକିସôା ଉପକରଣ ଗଛିତ ଥିବା ଡମ୍ପ ଠାବ କରି ଅନେକ ସାମଗ୍ରୀ ଜବତ କରିଛି ସୁରକ୍ଷା ବଳ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ଅନ୍ତର୍ଗତ ମିନାଭଟ୍ଟା ଜଙ୍ଗଲରେ ମାଓ ଦମନ ନିମନ୍ତେ ପୋଲିସ ଓ ଯବାନଙ୍କ ଦ୍ୱାରା ମାଓ ଦମନ ନିମନ୍ତେ ତଲାସି ଅଭିଯାନ ଜାରି ରହିଥିଲା । ତେବେ ଏହି ସମୟରେ ଜଙ୍ଗଲ ଭିତରୁ ମାଓବାଦୀଙ୍କ ପକ୍ଷରୁ କରାଯାଇଥିବା ଔଷଧୀୟ ଭଣ୍ଡାର ଠାବ କରିଥିଲେ ଯବାନ ମାନେ । ଯେଉଁଥିରୁ ଅନେକ ଦାମୀ ଦାମୀ ମେଡିକାଲ ସାମଗ୍ରୀ ମିଳିଛି । ପ୍ରାୟ ୨୦ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଚକ୍ଷୁ ପରୀକ୍ଷା କରିବା ଲାଗି ଏକ କମ୍ପୁଟରାଇଜ ମେସିନ ମଧ୍ୟ ସେଠାରୁ ଠାବ ହୋଇଛି । ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ । ଏହି ମେଡିସିନ୍ ଡମ୍ପ ଠାବ ହେବା ପରେ ଆଖପାଖ ଜଙ୍ଗଲରେ ଅପରେସନକୁ ଜୋରଦାର କରାଯାଇଛି ବୋଲି ସୁକୁମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି । ତେବେ ଗତ କିଛି ଦିନ ହେବ ମାଓ ଅଞ୍ଚଳରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ କରାଯାଇଥିବା ଜୋରଦାର ଅପରେସନରେ ଅନେକ ମାଓବାଦୀ ନିହତ ଓ ଆହତ ହୋଇଥିବା ବେଳେ ଜଙ୍ଗଲ ଭିତରେ ରହି ନିଜର ଚିକିସôା କରିବା ପାଇଁ ଏହି ସବୁ ସାମଗ୍ରୀର ବ୍ୟବହାର କରୁଥିବା ଅନୁମାନ କରାଯାଉଛି ।