ତାମିଲନାଡ଼ୁରେ ବିଜେପି-ଏଆଇଡିଏମ୍କେ ମେଣ୍ଟ
ଚେନ୍ନାଇ: ନିର୍ବାଚନ ପୂର୍ବରୁ ତାମିଲନାଡ଼ୁରେ ରଣନୀତି ବଦଳାଇଲା ବିଜେପି । ବର୍ତ୍ତମାନ ସେଠାରେ ସରକାର ଗଠନ କରିଥିବା ଡିଏମ୍କେ ସରକାରକୁ ମାତ ଦେବାକୁ ପୂର୍ବ ସରକାରର ଦଳ ଏଆଇଡିଏମ୍କେ ସହ ହାତ ମିଳାଇଛି ବିଜେପି । ତେବେ ଆସନ୍ତା ୨୦୨୬ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏଆଇଡିଏମ୍କେ-ବିଜେପି ମେଣ୍ଟ ହୋଇ ନିର୍ବାଚନ ଲଢ଼ିବ । ଆଜି ଏହି ଘୋଷଣା କରିଛନ୍ତି ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜାତୀୟ ସ୍ତରରେ ବିଜେପି ଏବଂ ଏଆଇଏଡିଏମକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ । ସେହିପରି ତାମିଲନାଡୁରେ, ନିର୍ବାଚନ ଏଆଇଏଡିଏମକେ ନେତାଙ୍କ ନେତୃତ୍ୱରେ ଲଢ଼ାଯିବ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ବହୁ ବର୍ଷ ଧରି ଜାତୀୟ ରାଜନୀତିରେ ଏକାଠି କାମ କରିଛନ୍ତି ।
ଅମିତ ଶାହ ଘୋଷଣା କରିଛନ୍ତି ଯେ ଜାତୀୟସ୍ତରରେ ବିଜେପି ଏବଂ ଏଆଇଏଡିଏମକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ । ସେହିପରି ତାମିଲନାଡୁରେ, ନିର୍ବାଚନ ଏଆଇଏଡିଏମକେ ନେତାଙ୍କ ନେତୃତ୍ୱରେ ଲଢ଼ାଯିବ । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆମେ ଡିଏମକେ ପାଇଁ କୌଣସି ଦ୍ୱନ୍ଦ୍ୱ ଛାଡିବାକୁ ଚାହୁଁନାହୁଁ, ଆମେ ପଲାନିସ୍ୱାମୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବୁ । ଅପରପକ୍ଷେ ଏ ଅବସରରେ ତାମିଲନାଡ଼ୁ ବିଜେପି ରାଜ୍ୟ ସଭାପତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ରାଜ୍ୟ ସଭାପତି ଥିବା କେ ଆନ୍ନାମଲ୍ଲାଇଙ୍କ ପରିବର୍ତ୍ତେ ଏବେ ରାଜ୍ୟ ସଭାପତି ପଦ ନୈନାର୍ ନଗେନ୍ଦ୍ରନ୍ଙ୍କୁ ପ୍ରଦାନ କରାଯାଇଛି ।