ତାଲାଭାଙ୍ଗି ଦୋକାନରୁ ଲୁଟ୍

 ବାଳକାଟି : ବାଲିପାଟଣା ଥାନା ଚଢେଇବର ଗ୍ରାମ ଛକରେ ଥିବା ଏକ ଜଳଖିଆ ଦୋକାନର ତାଲାଭାଙ୍ଗି କେହି ଦୁର୍ବୁତ୍ତ ଚୋରି କରିଥିବା ଜଣାପଡିଛି  । ଏନେଇ ଦୋକାନ ମାଲିକ ପ୍ରତାପ କୁମାର ସାହୁ ଥାନାରେ ଅଭିଯୋଗ କରିଥିଲେ  । ଅଭିଯୋଗ ପାଇ ପୁଲିସ ତଦନ୍ତ କରିଛି  । ଖବରନେବାରେ ଜଣାପଡିଛି ପ୍ରତାପ ସବୁଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ  । ଆଜି ସକାଳେ ଦୋକାନ ଖୋଲିବାକୁ ଆସିବା ବେଳେ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ  । ପରେ ଦୋକାନ ଭିତରକୁ ଯାଇ ତନଖି କରିବା ପରେ ୨ଟା ଗ୍ୟାସ ସିଲିଣ୍ଡର, ଏକ ଚୁଲା, ଡ୍ରରେ ଥିବା ୩/୪ ହଜାର ଟଙ୍କା, ଦୋକାନର ଅନ୍ୟାନ୍ୟ ସାମଗ୍ରୀ ଆଦି ଚୋରି ହୋଇଥିବା ଜାଣିବାକୁ ପାଇଲେ  ।