ତାଳଚେରରେ ବ୍ୟାପୁଛି ଝାଡ଼ାବାନ୍ତି
ତାଳଚେର ପୌରପରିଷଦ ସମତେ ଗ୍ରାମାଞ୍ଚଳ ଗୁଡ଼ିକରେ ଝାଡ଼ାବାନ୍ତି ଲାଗି ରହିଥିବା କାରଣରୁ ଦୈନନ୍ଦିନ ନିକଟସ୍ଥ ଡ଼ାକ୍ତରଖାନାକୁ ରୋଗୀମାନେ ଯାଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତାଳଚେର ବ୍ଲକ ଅନ୍ତର୍ଗତ ଶିରିଗିଡ଼ା ଗ୍ରାମରେ କିଛିଦିନ ପୂର୍ବରୁ ୧୦ଟି ପରିବାର ୩୦ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁନଶ୍ଚ ତାଳଚେର ସହର ଠାରୁ ଆରମ୍ଭ କରି ଗ୍ରାମାଚଂଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ତାଳଚେର ବ୍ଲକର ତାଳବେଡ଼ା ଗ୍ରାମର ପ୍ରାୟ ୫ରୁ ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ହେଉଥିବାବେଳେ ଏ ପର୍ଯ୍ୟନ୍ତ ଏହା କେଉଁ କାରଣରୁ ବ୍ୟାପୁଛି ତାହା ସୁରାକ୍ ପାଇପାରୁନଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଖବର ନଥିବା କୁହାଯାଉଛି । ତେବେ ଏହା କେଉଁ କାରଣରୁ ଓ କାହିଁକି ବ୍ୟାପୁଛି ତାହା ଉପରେ ତଦନ୍ତ କରାଗଲେ ସଠିକ୍ ତଥ୍ୟ ଜଣାପଡ଼ିବ; ନଚେତ୍ ଏହା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ବୋଲି ସଧାରଣରେ ଚର୍ଚ୍ଚା ହେଉଛି ।