ଗଡ଼ତଳ ବିଦ୍ୟାଳୟର ବାର୍ଷିକୋତ୍ସବ
ତାଳଚେର: ଗଡ଼ତଳ ଆଂଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପ୍ରଥମ ପର୍ଯ୍ୟାୟରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ନିଜସ୍ୱ ପାଣ୍ଠିରୁ ୧୦ଲକ୍ଷଟଙ୍କା ଅନୁଦାନ ରାଶିରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ପ୍ରଧାନଙ୍କ ଦ୍ୱାରା ଭୂମିପୂଜନ ହୋଇଥିଲା । ମୁଖ୍ୟବକ୍ତା ଭାବେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ମେଜର ସୁବ୍ରତ ଦାସ, ସମ୍ମାନୀୟ ଅତିଥିଭାବେ ସାମ୍ବାଦିକ ଦୀପକ ପ୍ରଧାନ, ସନ୍ଥପଡ଼ା ଗ୍ରାମପଂଚାୟତର ସରପଂଚ ସହଦେବ ସାହୁ, ନାଲକୋ ନଗର ବିପିଏସର ବରିଷ୍ଠ ଗଣିତ ବିଭାଗୀୟ ମୁଖ୍ୟ ବସନ୍ତ ପଣ୍ଡା, ସନ୍ଥପଡ଼ା ଗ୍ରାମ୍ୟପଂଚାୟତର ସମିତି ସଭ୍ୟା ବୈଜୟନ୍ତୀ ମହାନ୍ତି ଏବଂ ଗୁରୁଜାଙ୍ଗୁଲି ସମିତି ସଭ୍ୟା ରୁନୁ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ନରେନ୍ଦ୍ର ପାଇକ ରାଏ ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଉଗ୍ରସେନ ବେହେରା, ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତି୍ରବେଣୀ ପ୍ରଧାନ, ସନାତନ ସାମଲ, ପ୍ରତାପ ସାମଲ, ଅଭିମନୁ୍ୟ ସାମଲ, ଦିପ୍ତିରଞ୍ଜନ ବିଶ୍ୱାଳ, ସମୀର କାନୁନଗୋ, ସୁଭେନ୍ଧୁ ଘୋଷ, ବିଜୟ ପ୍ରଧାନ ତଥା ବହୁ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା, ପ୍ରଧାନଶିକ୍ଷକଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଅୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ବସନ୍ତ ମଞ୍ଜରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।