ପୁଣି ବଢ଼ିଲା ସୁନାଦର: ବଢ଼ିଲା ଗ୍ରାହକଙ୍କ ଚିନ୍ତା

ପୁଣି ବଢ଼ିଲା ସୁନାଦର: ବଢ଼ିଲା ଗ୍ରାହକଙ୍କ ଚିନ୍ତା

ଦେଶର ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର। ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି ବର୍ଦ୍ଧିତ ସୁନାମୂଲ୍ୟ । ସାରା ବିଶ୍ୱରେ ବଢ଼ି ବଢ଼ି ଚାଲିଛି ସୁନା ଦର। ଯାହା ଲାଗୁଛି ଖୁବ୍‌ ଶିଘ୍ର ଲକ୍ଷେ ପାର କରିଯିବ। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନାଦର ୮୦ ହଜାର ଟପିଛି । ୧୦ ଗ୍ରାମ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୮୦ ହଜାର ୬୦୦ ଟଙ୍କାରେ ପହଞ୍ଚିଛି । ନୂଆଦିଲ୍ଲୀରେ ଏବେ ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ୮୮ହଜାର ୫୦୦ ଟଙ୍କାରେ ପହଞ୍ଚିଲାଣି ।
ଇସ୍ପାତ ଓ ଆଲୁମିନିୟମ୍‌ ଉପରେ ୨୫ ପ୍ରତିଶତ ଟିକସ ଲଗାଇବା ନେଇ ଟ୍ରମ୍ପଙ୍କ ଘୋଷଣା ପରଠାରୁ ବଢିବାରେ ଲାଗିଛି ସୁନାମୂଲ୍ୟ । ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନି ମହଙ୍ଗା ହୋଇଛି । ଏକ ଡଲାର ଦାମ୍‌ ୮୭ ଟଙ୍କା ୪୩ ପଇସା ସ୍ତରରେ ରହିଛି । ।